ଭାଙ୍ଗିଲା ଜିଲ୍ଲା ପ୍ରଶାସନର ନିଦ

ଫୋକସ ପ୍ଲସ(ପୁରୀ) ୧୨/୦୯/୨୦୨୨: ପଶ୍ଚିମ ବଙ୍ଗୋସାଗରରେ ଲଘୁଚାପ ହେତୁ ପୂର୍ଣ୍ଣିମା ତିଥିରେ କୋଣାର୍କ ର ସାଉଖଣତା ଠାରେ ସମୂଦ୍ର ଜୁଆର ହେତୁ କୋଣାର୍କ ପୁରୀ ବେଳାମାର୍ଗ ରାସ୍ତା ଖାଇବାରେ ଲାଗିଛି।ଯାହା ଫଳରେ ଦୁଇଟି ବିଦ୍ୟୁତ ଖୁଣ୍ଟ ସମୂଦ୍ର ଗର୍ଭରେ ଲିର୍ଣ୍ଣ ହେଇ ଯାଇଛି। ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଖବର ପ୍ରଶାରଣ ପରେ ନିଦ ଭାଗିଲା ଜିଲ୍ଲା ପ୍ରଶାସନ ର ଦେଖାମିଳିଲା ପୁରୀ କୋଣାର୍କ ମରେନ୍ ଡ୍ରାଇଭ୍ ରାସ୍ତାରେ।ପୁରୀ ଜିଲ୍ଲା ଉପ ଜିଲ୍ଲାପାଳ ଓ ଗୋପ ତହସିଲଦାର ଘଟଣା ସ୍ଥଳରେ ମାତ୍ର ୫ମିନିଟ ବୁଲି ପଳାଇଥିବା ଦେଖିବାକୁ ମିଳିଛି।ଏବେବି ସମୂଦ୍ର ଅଶାନ୍ତ ଥିବା ଯୋଗୁଁ ବଡ ବଡ ଲହଡ଼ା ରାସ୍ତାରେ ମାଡ ହୋଇ କୋଣାର୍କ ପୁରୀ ବେଳାମାର୍ଗ କୁ ଖାଉଥିବା ଦେଖିବାକୁ ମିଳିଛି। ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା। ଯାହା ଫଳରେ ଆଉ ଦୁଇଦିନ ମଧ୍ୟ ବିଚ୍ଛିନ୍ନ ହୋଇଯିବ ପୁରୀ କୋଣାର୍କ ମୂଖ୍ୟ ରାସ୍ତା।ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ବାଲିବସ୍ତା ସହ ଝାଉଁ ବଲ୍ହା ଦ୍ବାରା ସମୂଦ୍ର ଲହରୀ ପାଣି ରୋକିବା ପାଇଁ ଉଦ୍ୟମ ଜାରି ଲାଗିଥିବା ବେଳେ ସମସ୍ତ ବାଲି ବସ୍ତା ସମୂଦ୍ର ଗର୍ଭରେ ଜୁଆର ପାଣିରେ ଭାସିଯିବା ଦେଖିବାକୁ ମିଳୁଛି।ତୁରନ୍ତ ବଡବଡ ବଡ ପଥର ପକାଇ ଅବକ୍ଷୟ ହେଉଥିବା ରାସ୍ତା କୁ କିପରି ରୋକାଯିବ ସେ ନେଇ ସାଧାରଣ ରେ ଦାବି ହୋଇଛି। ଅନ୍ୟ ପକ୍ଷର ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ କହିଛନ୍ତି ଯେହେତୁ ବଡ଼ ବଡ଼ ଜୁଆର ହେତୁ ରାସ୍ତା ଅବକ୍ଷୟ ହେବାରେ ଲାଗିଛି ଏହାକୁ ପ୍ରଥମେ ବାଲି ବସ୍ତା ପକାଇ ରୋକଯିବା ସହିତ ଆଗାମୀ ଦିନରେ ଏହାର କିପରୀ ସ୍ଥାୟୀ ବନ୍ଦୋବସ୍ତ କରାଯିବ ସେ ନେଇ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି।

Leave a Reply

Your email address will not be published. Required fields are marked *