ଠେଙ୍ଗାରେ ପିଟି ପିଟି ବୃଦ୍ଧା ଙ୍କୁ ହତ୍ୟା

ଫୋକସ ପ୍ଲସ(କୋରେଇ) ୧୨/୦୯/୨୦୨୨:ଆଜି ଦିନ 12 ଟା ସମୟ ରେ କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ପଂଚାୟତ ର ବାଜୁକା ସାହିର ସଂଯୁକ୍ତା ଯେନା, ବୟସ -50, ପାଣି ପାଇଁ ଯାଉଥିବା ବେଳେ ତାଙ୍କୁ କୌଣସି କାରଣ ନଥାଇ ସେହି ସାହି ର ବିପିନ ବିହାରୀ ଯେନା ବୟସ -25,
ଏକ ବଡ଼ ଠେଙ୍ଗା ରେ ବାଡେଇଲା, ଗ୍ରାମର କିଛି ଲୋକ ତାକୁ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସେମାନଂକୁ ମାରି ଗୋଡେଇ ଥିଲା, ପ୍ରତେକ୍ଷ୍ୟ ଦର୍ଶୀ ଏହା ଦେଖି ଡରିଯାଇଥିଲେ,ଆସାମୀ ବିପିନ ବୃଦ୍ଧା ଙ୍କୁ ଗାଁ ଦାଣ୍ଡ ରେ 10-15 ମିନିଟ ଧରି ପିଟି ଚାଲିଥିଲେ, ସଂଯୁକ୍ତା ନିସ୍ତେଜ ହୋଇଯିବାରୁ ସେ ଘଟଣା ସ୍ଥଳ ଛାଡି ଚାଲି ଯିବା ପରେ ଗାଁ ଲୋକ ମାନେ ସଂଯୁକ୍ତା ଙ୍କୁ ଉଦ୍ଧାର କରି କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଅନ୍ୟ ପଟେ କୋରେଇ ଥାନା ଅଧିକାରୀ ଶ୍ରବଣ ମହାରଣା ସଦଳ ବଳେ ଖବର ପାଇ ଆସାମୀ ବିପିନ କୁ ଧରି ଆଣି ଥାନା ରେ ଅଟକ ରଖି ତଦନ୍ତ ଜାରି ରଖି ଛନ୍ତି. ଆସନ୍ତୁ ଶୁଣିବା ଏ ନେଇ ପ୍ରତେକ୍ଷ୍ୟ ଦର୍ଶୀ ଓ ସଂଯୁକ୍ତା ଙ୍କ ପୁଅ କଣ କହୁଛନ୍ତି

Leave a Reply

Your email address will not be published. Required fields are marked *