ପଲଥିନ ଦେଇ ଫୋଟୋ ଉଠେଇ ଚାଲିଗଲେ

ଫୋକସ ପ୍ଲସ(ଗଜପତି ଜିଲ୍ଲା) ୧୨/୦୯/୨୦୨୨: ଗୁମ୍ମା ବ୍ଲକ କୁଜାସିଂ ଗ୍ରାମ ପଞ୍ଚାୟତରେ ଅଧିନରେ ଥିବା କୁଣ୍ଡେଇସିଂ ଗ୍ରାମରେ ଗତ ଶନିବାର ଦିନ ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ହେବା ଯୋଗୁ ଘୋର ଭୁଷୁଡି ପଡିଛି ଯାହା ଫଳରେ ପୀଡ଼ିତା ପରିବାରଙ୍କ ଚାଉଳ,ଡାଲି , ଧାନ, ମାଣ୍ଡିଆ, ଆବାସ ପତ୍ର ନୋଷ୍ଟ ହେଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ R.I ଏବଂ ଦାହସିଲଦାର , ଗ୍ରାମ ସେବକ ଘୋଟଣା ସ୍ଥଳରେ ପହଞ୍ଚି କେବଳ ଗୋଟେ ମାତ୍ର ପଲିଥିନ୍ ପୀଡିତ ମାଲା ଶବର ପରିବାରଙ୍କୁ ଦେଇ ସେମାନଙ୍କୁ ସାନ୍ତନା କରିଦେଇଛନ୍ତି କିନ୍ତୁ ଆଗରୁ ଜିଲ୍ଲା ପ୍ରଶାସନ ଏହି ସ୍ଥାନରେ ପାଦଦେଇନଥିଲେ ଘଟଣା ଘଟିବାରୁ ସରକାରୀ ବାବୁମାନେ ଏହି ଅଞ୍ଚଳରେ ପାଦ ପକେଇ ଥିଲେ, ହେଲେ କୌଣସି ଶୁଖିଲା ଖାଦ୍ୟ କିମ୍ୱା ରସେଇ କରିବା ଅବାସ ପତ୍ର ବ୍ୟବସ୍ତା ଆଜି ପର୍ଯ୍ୟନ୍ତ ସରକାରୀ କର୍ମଚାରି ଚିନ୍ତା କରିନାହାନ୍ତି କି ଆସବା ପତ୍ର ପାଇ ପଇସା କିମ୍ୱା ଚାଦର କି କମଳ ଗୋଟେବି ପୀଡିତ ପରିବାରଙ୍କୁ ଦେଇନାହାନ୍ତି। ଘଟଣା ସ୍ଥଳରେ ଗ୍ରାମର ଭଦ୍ର ,ଗ୍ରାମୀୟ ୱାଡ ମେମ୍ବର, Human rights protection council ର ସଦସ୍ୟ ରାଜେଶ ଶବର ଘଟଣସ୍ଥଳରେ ପହଞ୍ଚି ଜିଲ୍ଲାପ୍ରଶାସନଙ୍କୁ ଅତିଶୀଘ୍ର ଘର ଏବଂ ଆସବା ପତ୍ର ଜଗାଇଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ଏବେ କେବଳ ଦେଖିବାକୁ ବାକି ରହିଲା ପୀଡିତା ପରିବାର ମାଲା ଶବରଙ୍କୁ କେବେ ସାହାଯ୍ୟ ମିଳିଛୁ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *