ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କ ରାୟଗଡ ଗସ୍ତ

ଫୋକସ ପ୍ଲସ(ରାୟଗଡ) ୧୨/୦୯/୨୦୨୨:ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଆଜି ଦିନିକିଆ ରାୟଗଡା ଗସ୍ତ କରିଛନ୍ତି । ଗତକାଲି ସଂଧ୍ୟାରେ କାେରାପୁଟରୁ ଫେରି ରାୟଗଡା ସାର୍କିଟ ହାଉସ ଠାରେ ପଂହଚିଥିଲେ । ସେଠାରେ ଜିଲ୍ଲାପାଳ ଶ୍ରୀମତି ସ୍ୱଧାଦେବ ସିଂ,ଏସ.ପି.ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଆଜି ପୂର୍ବାହ୍ନରେ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଓ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ସାକ୍ଷାତ କରିଥିଲେ ସ୍ଵାଗତ ଜଣାଇଥିଲେ l ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ଗାର୍ଡ ଅଫ ଅନର ଦିଆ ଯାଇଥିଲା ଏବଂ ତାପରେ କାେଲନରା ବ୍ଳକ ଗସ୍ତ କରି ଡୁମୁରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଧ ଡେଙ୍ଗାସରଗି ଗ୍ରାମରେ ଓଡିଶା ଜୀବିକା ମିଶନ ଯୋଜନାରେ ସ୍ୱୟଂ ସହୟିକା ଗୋଷ୍ଠିଙ୍କ ଦ୍ୱାରା ୩୦ ଏକର ଜାଗାରେ କରାଯାଇଥିବା ଗେଣ୍ଡୁଫୁଲ , ନନ୍ଦିନି ଓ କାବେରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ୨୫ ଗୋଟି ମହୁ ବାକ୍ସରେ ମହୁଚାଷ ଓ ପନିପରିବା ଚାଷ ଅଂଚଳ ପରିଦର୍ଶନ କରି ଏସଏଚଜି ମହିଳା ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଦେଓପୁର ଠାରେ ଥିବା ଅମୃତ ସରୋବର ପରିଦର୍ଶନ କରିଥିଲେ lଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କ ରାୟଗଡ ଜିଲ୍ଲା କୋଲନରା ବ୍ଲକର କୈଲାସପୁର ଗ୍ରାମ ପଞ୍ଚାୟତର ସ।ର।ବୁଗୁଡା ଗ୍ରାମ ଗସ୍ତ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉନ୍ନତ ଧରଣର ଛେଳି ଚାଷ, କୁକୁଡ଼ା ଚାଷ, ଉଠାକୁଣ୍ଡରେ ମିଠା ପାଣିରେ ସ୍ୱର୍ଣ୍ଣ ଚାନ୍ଧି ମାଛ ଚାଷ ଆଦି ଦେଖିଥଲେ । ସମ୍ପୂର୍ଣ ସୋଲାର ବିଦ୍ୟୁତ ଚାଳିତ ସ୍ୟାମ୍ପ ରୋଲ ପାଣିକୁଣ୍ଡରେ ମାଛ ଚାଷ ହେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ କହିଥିଲେ ।କୋଲନରା ବ୍ଲକ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସ୍ଵଛଳ ଓ ସ୍ୱ।ବଲମ୍ବୀ କରିବା ନିମନ୍ତେ ଉନ୍ନତ ଧରଣର ମାଛ, ଛେଳି,କୁକୁଡ଼ା ଚାଷ ଆଦିକୁ ଆଦରି ନେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରତ୍ସାହିତ କରି ଆସୁଛନ୍ତି । ରାଜ୍ୟପାଳ ମହୋଦୟ ଏହିସବୁ ଚାଷ କରି କିପରି ମହିଳା ମାନେ ସ୍ୱବଲମ୍ବୀ ହୋଇ ପାରୁଛନ୍ତି ଓ କେଉଁ କେଉଁ ଅଞ୍ଚଳରେ ଏହି ସବୁର ବଜାର ସୁବିଧା ଅଛି ପଚାରି ବୁଝିଥିଲେ । ନିକଟ ବଜାର, ରାୟଗଡ ସଦର, ବ୍ରହ୍ମପୁର ପର୍ଯ୍ୟନ୍ତ ଏଠାକାର ଛେଳି, କୁକୁଡ଼ା ବିକ୍ରି ପାଇଁ ଯାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପ୍ରକାଶ କରିଥିଲେ । ସହର ଠାରୁ ଦୂରରେ ଥିବା ଛୋଟ ଛୋଟ ଗ୍ରାମପୁଞ୍ଜରେ ଏଭଳି ଚାଷକୁ ସ୍ୱୟଂ ସହାୟକ ଗୋଷ୍ଠୀ ରୋଜଗାରର ପନ୍ଥା ବାଛିଥିବାରୁ, ମହାମହିମ ଖୁସି ବ୍ୟକ୍ତ କରିଥିଲେ । ରାଜ୍ୟପାଳଙ୍କ ଆଜିର ଏହି ଗସ୍ତ ସମୟରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧାଦେବ ସିଂ, ଆରକ୍ଷୀ ଅଧୀକ୍ଷ ବିବେକାନନ୍ଦ ଶର୍ମା, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ, ବିଡିଓ କଲନାରା ଗୌରଚନ୍ଦ୍ର ପଟ୍ଟନାୟକ, ଅତିରକ୍ତ ବିଡିଓ ନୃସିଂହ ଚରଣ ପଟ୍ଟନାୟକ, ଓରମାସ ସିଇଓ ମନୋଜ କୁମାର ପାତ୍ର,ଓଡିଶା ଜୀବିକା ମିଶନର ଡିପିଏମ ହେମନ୍ତ ବାଘ,ଅଯlତଶତ୍ରୁ ଦlଶ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଜିଲ୍ଲାମତ୍ସ୍ୟ ଅଧିକାରୀ ଚାଲୁକାନ୍ତି ତlଜନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ସହ ବହୁ ଜିଲ୍ଲା ସ୍ତରିୟ ଅଧିକାରୀ ଉପସ୍ଥିତ ଥିଲେ ।ଅପରାହ୍ନରେ ମହlମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ରାୟଗଡାର ଶିରିଗୁଡା ସ୍ଥିତ ମଙ୍ଗଳ ବିଭାଗ ଅଧିନସ୍ଥ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଓ ୫ଟି ରୂପାନ୍ତରିତ ଜିସିଡି ହାଇସ୍କୁଲ ଗସ୍ତ କରି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ l ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ପିଏ ଆଇଟିଡିଏ ପଦ୍ମ ଚରଣ ନାୟକସେହିପରି ଜିସିଡ଼ି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷl ଅଧିକାରୀ ପୂର୍ଣ ଚନ୍ଦ୍ର ବାରିହା,ପୌର ନିର୍ବାହି ଅଧିକାରୀ ୟାସିର ଅହମଦ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ l ସେଠାରୁ ମାନ୍ୟବର ମହାମହିମ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ରାୟଗଡା ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ଅଗ୍ରଗତି ବିଷୟରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ବୈଠକରେ ସମୀକ୍ଷା କରିଥିଲେ । ରାୟଗଡ ଜିଲ୍ଲାରେ କାର୍ଯ୍ୟକ୍ରମ ପରେ ଟ୍ରେନ ଯୋଗେ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପାେଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି କୋଲନରା ବ୍ଳକର ପରିଦର୍ଶନ ଅଂଚଳ ଯାଏଁ ଛକ ଛକରେ ପାେଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *