କେବିନ୍ ଉପରେ ଚଢ଼ିଗଲା ହାଇୱା

ଫୋକସ ପ୍ଲସ(ଭଦ୍ରକ) ୧୩/୦୯/୨୦୨୨:ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଶାରଦା ବିଦ୍ୟା ମନ୍ଦିର ଓ ଇଣ୍ଡିଆନ ଗ୍ୟାସ ଅଫିସ ସମ୍ମୁଖରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟିଯାଇଛି।ସୂଚନାରୁ ପ୍ରକାଶ ଆଜି ଭୋର ୫.୩୦ ରେ ଏକ ବାଲି ବୋଝେଇ ହାଇବା ଟ୍ରକ ଭାରସ୍ୟମ ହରାଇ ସ୍ଥାନୀୟ ରାସ୍ତା ନିର୍ମାଣକାରି ସଂସ୍ଥା ଡିବିଏଲ କମ୍ପାନୀ ରାସ୍ତା କାମରେ ନିୟୋଜିତ ଶ୍ରମିକ ମାନଙ୍କ ଦ୍ଵାରା ନିର୍ମିତ କ୍ୟାମ୍ପ କେବିନ୍ ଘର ଉପରେ ଚଢ଼ି ଯାଇଥିଲା ।ସେହି କ୍ୟାମ୍ପରେ ଥିବା ଶ୍ରମିକ ମାନଂଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣେ |ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ପୋଲିସ ଓ ଦମକଳ ବାହିନୀ ଦ୍ଵାରା ଉଦ୍ଧାର କରାଯାଇ ସ୍ଥାନୀୟ ଭଣ୍ଡାରିପୋଖରୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *