ଭୁତକୋଠି ଛାତ୍ରୀ ନିବାସ ପାଲଟିଛି

ଫୋକସ ପ୍ଲସ(ନୂଆପଡ଼ା)୧୪/୦୯/୨୦୨୨: ନୂଆପଡ଼ା ଜିଲ୍ଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସିରଳୀ ଗ୍ରାମଠାରେ 2013/14 ମସିହାରେ ଏକ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇଥିବା ବେଳେ ଆଜିକୁ 06/07 ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ କୌଣସି ଛାତ୍ରୀ ରହୁ ନ ଥିବାରୁ ଏହା ଭୁତ କୋଠି ପାଲିଟିଛି। ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ ଛାତ୍ରୀ ଏଠାରେ ରହି ନାହାନ୍ତି ହେଲେ ସରକାରଙ୍କ ଲକ୍ଷ ଲକ୍ଷ ଅର୍ଥରେ ନିର୍ମିତ ଏହି ଛାତ୍ରୀ ନିବାସ କାହା ସ୍ଵାର୍ଥରେ । ଏହି ଛାତ୍ରୀ ନିବାସରେ ଦୀର୍ଘ 06/07 ବର୍ଷ ମଧ୍ୟରେ ଜଣେ ହେଲେ ଛାତ୍ରୀ ରହି ନଥିବା ବେଳେ ଏଠାରେ 6 ଲକ୍ଷ 61 ହଜାର ଟଙ୍କା ଛାତ୍ରୀ ନିବାସ ମରାମତି ପାଇଁ ଖର୍ଚ୍ଚ କରାଯାଇ ଥିବାର ସୂଚନା ଫଳକରୁ ଜଣାପଡିଛି | ହେଲେ ବର୍ତ୍ତମାନ ସୁଦ୍ଧା ଜଣେ ମଧ୍ୟ ଛାତ୍ରୀ ଏଠାରେ ରହିନ ଥିବାବେଳେ ଏହି ଛାତ୍ରୀ ନିବାସରେ କିପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି | ୧୦୦ ଶଯ୍ୟା ବିଶିଷ୍ଠ ଏହି ଛାତ୍ରୀ ନିବାସରେ ୧୦ ଜଣ ଅନୁ ସୂଚିତ ଜାତି ଏବଂ ୯୦ ଜଣ ଅନୁ ସୂଚିତ ଜନଜାତି ଛାତ୍ରୀ ରହିବାର ବ୍ୟବସ୍ଥା ରହିଅଛି। ଏଣୁ ଏହି ଆଦିବାସୀ ଛାତ୍ରୀ ନିବାସକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି | ଏନେଇ ବୋଡ଼େନ ABO ଙ୍କୁ ପଚାରିବାରୁ କରିଛନ୍ତି ଯଥା ଶୀଘ୍ର କେମିତି ଛାତ୍ରୀ ନିବାସ କୁ ଆରମ୍ଭ କରାଯିବ ସେ ବିଷୟରେ ମୁଁ ଜିଲ୍ଲାପାଳ ଙ୍କୁ ଜଣାଇବି ବୋଲି କହିଥିଲେ | ନୂଆପଡ଼ା ଜିଲ୍ଲାପାଳ ଏବିଷୟରେ ଆବଶ୍ୟକ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି |

Leave a Reply

Your email address will not be published. Required fields are marked *