ଫୋକସ ପ୍ଲସ(ପାରଳାଖେମୁଣ୍ଡି)୧୫/୦୯/୨୦୨୨: ରାଜ୍ୟରେ ବିରୋଧି ଶୁନ୍ୟ ହୋଇଛି , ବିଜେପି ବିଜେଡ଼ି ମିଳିତ ସରକାର ଚାଲିଛି , ଆଗାମୀ ଦିନରେ ମୁଖ୍ୟ ବିରୋଧୀ ଦଳ ଭାବରେ ଉଭା ହେବ ଆମ ଆଦମୀ ପାର୍ଟି, ଏଭଳି କିଛି ଦୃଢକ୍ତି ବାଢ଼ିଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟ ଉପ ସଭାପତି ଦୁର୍ଗା ପ୍ରସାଦ ଦାସ । ପାରଳାଖେମୁଣ୍ଡିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ଦୁର୍ଗା ପ୍ରସାଦ କହିଛନ୍ତି, ଆପ୍ ପ୍ରତ୍ୟେକ ଜିଲ୍ଲାରେ ତୃଣ ମୁଳ ସ୍ତରରେ ଦଳକୁ ସଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି ଲୋକଙ୍କ ହକ ଲଢେଇ କରିବ ଦଳ , କେଜରିୱାଲ ଙ୍କ ସରକାର ଆସିଲେ ଦିଲ୍ଲୀ ଭଳି ସମସ୍ତ ସୁବିଧା ପାଇବେ ସାଧାରଣ ଜନତା। ଦିର୍ଘ ବର୍ଷର ସରକାର ଏବେବେ ଏବେବି ଲୋକଙ୍କୁ ସାଧାରଣ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ । ତେଣୁ ଲୋକଙ୍କ ସେବା କରିବା ପାଇଁ ରାଜ୍ୟରେ ବିକଳ୍ପ ଭାବରେ ଆମ ଆଦମୀ ପାର୍ଟିକୁ ଲୋକେ ଚୟନ କରିବେ ବୋଲି କହିଛନ୍ତି। ଆସନ୍ତା ୧୭ ତାରିଖରେ ପାରଳାଖେମୁଣ୍ଡି ରେ ଜିଲ୍ଲା ସ୍ତରୀୟ କର୍ମି ସମ୍ମିଳନୀ ଅନୁଷ୍ଠିତ ହେବ ସମସ୍ତ ସାତୋଟି ବ୍ଳକର କର୍ମକର୍ତ୍ତା ଉପସ୍ଥିତ ରହିବେ ଆଗାମୀ ଦିନରେ ଆପ୍ ପାରଳାଖେମୁଣ୍ଡି ରେ ସମାବେଶ ଆୟୋଜନ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସିଶିର କୁମାର ଭଞ୍ଜ ସାମନ୍ତ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।