ଜାତୀୟ ସେବା ଯୋଜନା ପକ୍ଷରୁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଫୋକସ ପ୍ଲସ(ବ୍ରହ୍ମପୁର)୧୫/୦୯/୨୦୨୨:ଜାତୀୟ ସେବା ଯୋଜନା ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ।ଜାତୀୟ ସେବା ଯୋଜନା ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପତି ହୋଇଯାଇଛି। ଉଦଯାପନୀ ଦିବସରେ ଆଜି ସ୍ବଚ୍ଚାସେବୀମାନେ ବିଶ୍ବବିଦ୍ୟାଳୟ ପରିସରକୁ ପଲିଥିନ ମୁକ୍ତ କରିବା ଉଦ୍ଦେଶ୍ୟରେ ଶପଥ ପାଠ କରିବା ସହ ଏକ ସଚେତନତା ରାଲିର ଆୟୋଜନ କରିଥିଲେ। ଶତାଧିକ ସ୍ବେଚ୍ଛାସେବୀ ବିଭିନ୍ନ ସ୍ଲୋଗାନ ଦେଇ କ୍ୟାମ୍ପସ ପରିକ୍ରମା କରିବା ସହ ଆନନ୍ଦ ବଜାର ଏବଂ ଏହା ପାଖାପାଖି ବିଭାଗରେ ପଡିଥିବା ପଲିଥିନକୁ ସଫା କରିଥିଲେ। ଏନଏସଏସ ଓ ସ୍ବେଚ୍ଛାସେବୀ ସଂଗଠନ ସାତଭିକ ସୋଲ ଫାଉନଡେସନ ମିଳିତ ସହୟତାରେ କ୍ୟାମ୍ପସ ପରିସରରେ ଏହି ପଲିଥିନ ମୁକ୍ତ ଅଭିଯାନ ଆୟୋଜନ କରାଯାଇଥିଲା। ଏହି ଅବସରରରେ ସ୍ବଚ୍ଛାସେବୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଦୋକନ ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଯାଇ ପଲିଥିନ ନବ୍ୟବହାର କରିବା ପାଇଁ ଏକ ସତେଚନତା କାର୍ଯ୍ୟକ୍ରମ ଆୟୋଜନ ଆୟୋଜନ କରିଥିଲେ। ଏଥିରେ ବିଶ୍ବବିଦ୍ୟାଳୟର ସ୍ବଚ୍ଛାସେବୀଙ୍କ ସହ ଗୋପାଳପୁର କଲେଜ, ଡୁରା କଲେଜ, ବ୍ରହ୍ମପୁର ସିଟି କଲେଜ ଓ ନରେନ୍ଦ୍ରପୁର କଲେଜର ପାଖାପାଖି 250ଜଣ ଏନଏସଏସ ଭଲ୍ୟୁଣ୍ଟିଅର ଯୋଗଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଚର ଜୟନ୍ତ କୁମାର ପଣ୍ଡା, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ, ଡକ୍ଟର ଇକବାଲ ଅହମ୍ମଦ ଭଟ୍ଟ, ଅଲିତା ମିଞ୍ଜ ଙ୍କ ସହ ସାତଭିକ ସୋଲ ଫାଉନଡେସନ ପକ୍ଷରୁ ପଞ୍ଚାନନ ପ୍ରମୂଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *