ଫୋକସ ପ୍ଲସ(କନ୍ଧମାଳ)୧୬/୦୯/୨୦୨୨: ଦଶହରା ପର୍ଵ ଉପଲକ୍ଷେ ପ୍ରସ୍ତୁତି ବୈଠକ କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ପବିତ୍ର ଦଶହରା ପର୍ବ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀଙ୍କ ସମତେ ସମସ୍ତ ବିଭାଗୀୟ ଅଧିକାରୀ ,ମା ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଶ୍ରୀନିବାସ ରାଓ,ସହ ସମ୍ପାଦକ ସଗବତୀ ସାବତ ଓ ଅନ୍ୟ ସଦସ୍ୟ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।ମହାମାରୀ କରୋନା କଟକଣା ଯୋଗୁଁ ରାଜ୍ୟରେ ସମସ୍ତ ପର୍ଵପର୍ଵାଣୀ ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ଚଳିତ ବର୍ଷ କଟକଣା ହଟିଥିବା ଯୋଗୁଁ ସମସ୍ତ ପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଆଡମ୍ବରରେ ପୂଜା ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି।ଅନ୍ୟପଟେ ଦଶହରା ପର୍ବ ପାଳନ ସମୟରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଯାନବାହନ ଚଳାଚଳ କିଭଳି ଠିକ ଭାବରେ ଚାଲିବ ଏବଂ ସୁରକ୍ଷିତ ଭାବେ ଦଶହରାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।ଚଳିତ ବର୍ଷ ମଣ୍ଡପରେ ନବରାତ୍ରୀ ପୂଜା ସହ ରାବଣ ପୋଡ଼ି ଏବଂ ଅଞ୍ଚଳବାସୀ ମନୋରଞ୍ଜନ ପାଇଁ ପୈରାଣିକ ନାଟକ ମଞ୍ଚସ୍ଥ ହେବାର କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ଜଣାପଡିଛି।ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପଲସ |