ଚନ୍ଦ୍ରଭାଗା ଉପକୂଳରେ ବିଶାଳ କାୟ ଡଲଫିନ

ଫୋକସ ପ୍ଲସ(କୋଣାର୍କ)୧୬/୦୯/୨୦୨୨:ଆଜି ସକାଳୁ ଚନ୍ଦ୍ରଭାଗା ଉପକୂଳରେ ଏକ ବିଶାଳକାୟ ଡଲଫିନ ଭାସୁଥିବା ଦେଖିବାକୁ ମିଳିଥିଲା। ଏହି ଆହତ ଡଲଫିନଟି ଲହଡ଼ିରେ ଭାସି ଆସି କୂଳରେ ଛଟପଟ ହେଉଥିଲା। କିଛି ସମୟ ପରେ ନୋଳିଆ ମତ୍ସ୍ୟଜୀବୀମାନେ ଉକ୍ତ ଡଲଫିନଟିକୁ ଉଦ୍ଧାର କରି ସମୁଦ୍ରରେ ଛାଡିଥିବା ଦେଖିବାକୁ ମିଳିଛି ।ସୂଚନା ଥାଉକି, ଏହି ଡଲଫିନର ଓଜନ ପ୍ରାୟ ଏକ କ୍ୱିଣ୍ଟାଲ ହୋଇଥିବା ବେଳେ ଏହାର ଲମ୍ବ ୧୦ ଫୁଟ ହୋଇଥିବା ଅନୁମାନ କରାଯାଉଛି। ଡଲଫିନ୍ ଟି ଟ୍ରଲର ମାଡରେ ଆହତ ହୋଇଥିବା ଅନୁମାନ କରାଯାଉଛି । କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ଠାରୁ ମାତ୍ର ୫୦୦ ମିଟର ରେ ଅନେକ ବେଆଇନ ଟ୍ରଲର ସବୁବେଳେ ମାଛ ଧରୁଥିବା ନଜରକୁ ଆସିବା ପରେ ମଧ୍ୟ ସ୍ଥାନୀୟ ସାମୁଦ୍ରିକ ପୋଲିସ୍ ଓ ସାମୁଦ୍ରିକ ମତ୍ସ ବିଭାଗ ଙ୍କ କୌଣସି ପଦକ୍ଷେପ ନ ନେବା ଦ୍ୱାରା ଆଜି ସମୂଦ୍ର କୂଳ ଆଡକୁ ଏକ ବିଶାଳକାୟ ଡଲଫିନ୍ ଟ୍ରଲର ମାଡ଼ରେ ଆଘାତ ପାଇବା ପରେ ଚାଲିଆସିଥିଲା । ଆମେ ପୁଣି ଥରେ କହି ରଖୁଛୁ ବେଆଇନ୍ ଟ୍ରଲର ମାଡ଼ରେ ଏକ ବିଶାଳକାୟ ଡଲଫିନ ଆହତ ଯାହାକି ସେଠାକାର ମତ୍ସଜିବୀ ଙ୍କ ଦ୍ଵାରା ଡଲଫିନ ଟିକୁ ସମୂଦ୍ର ଭିତରକୁ ଛଡାଯାଇଛି ।

Leave a Reply

Your email address will not be published. Required fields are marked *