ଲଜ୍ରେରେ ପୁଲିସ ଚଢ଼ାଉ ୬୦ ଲକ୍ଷ ଟଙ୍କା ଜବତସହ ୭ଜଣ ଅଟକ

ଫୋକସ ପ୍ଲସ(ଚାନ୍ଦବାଲି): ଗୁରୁବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୬୦ ଲକ୍ଷ ଟଙ୍କା ଜବତ କରିଛି। ଏଥିରେ ବାହାର ରାଜ୍ୟର ୭ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସେମାନେ ଦାଦନ ସର୍ଦାର ହୋଇଥିବା ବେଳେ ପୁଲିସ ସେମାନେ ଜୁଆ ଖେଲିବାକୁ ଆସିଥିବା କହୁଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ବାହାର ରାଜ୍ୟର ୭ ଜଣ ଲୋକ କଣ୍ଟାବାଞ୍ଜି ସହରର ଏକ ଲଜରେ ଆସି ରହିଥିଲେ। ସେମାନେ ସାଙ୍ଗରେ ୬୦ ଲକ୍ଷ ଟଙ୍କା ଆଣିଥିଲେ। ସାଧାରଣତଃ ନୂଆଁଖାଇ ପରେପରେ ବାହାର ରାଜ୍ୟର ଦଲାଲ ଆସି ଏଠାକାର କିଛି ଦଲାଲଙ୍କୁ ଟଙ୍କା ଦେଇ ଦାଦନମାନଙ୍କୁ ନିଜ ସାଙ୍ଗରେ ନେଇ ଯାଇଥାନ୍ତି। କୌଣସି ସୂତ୍ରରୁ ଏନେଇ ସୂଚନା ପାଇ କଣ୍ଟାବାଞ୍ଜି ପୁଲିସ ସହରର ରୋଡ ନମ୍ୱର୍ ୪ ରେ ଥିବା ଅନ୍ନପୂର୍ଣ୍ଣା ଲଜ୍ ଉପରେ ଚଢ଼ାଉ କରି ୬୦ ଲକ୍ଷ ଟଙ୍କା ଜବତ କରିଥିଲା ଏବଂ ବାହାର ରାଜ୍ୟର 7 ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ।ଲଜରେ ରହୁଥିବା ୭ ଜଣକୁ ପୁଲିସ ଉଠାଇନେବା ସହ ପଚରାଉଚୁରା ଜାରି ରଖିଥିବା ସୂଚନା ମିଳିଛି । ଦାଦନ ଶ୍ରମିକ ଚାଲାଣ ପାଇଁ ବିଶାଖାପାଟନମ ଅଂଚଳରୁ କିଛି ଇଟାଭାଟି ମାଲିକ ଆସିଥିବା ସନ୍ଦେହ କରାଯାଉଛି। ଏପରିକି ସେମାନଙ୍କ ପାଖରୁ ପ୍ରାୟ 58 ଲକ୍ଷ 52 ହଜାର ଟଙ୍କା ଜବତ ହୋଇଥିବା ପ୍ରେସ ବିଜ୍ଞପ୍ତି ଦ୍ୱାରା କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେର ସୂଚନା ଦେଇଛନ୍ତି । କିନ୍ତୁ ଏଠାରେ ବିଶ୍ୱସ୍ତ ସୂତ୍ରରୁ ଜଣା ପଡୁଛି ଯେ, କୋଟି କୋଟି ଟଙ୍କାର ରେଡ ହେଲା ପରେ ବି ଲକ୍ଷ ଟଙ୍କାର ସୂଚନା ଦେଉଛନ୍ତି ! ଜନସାଧାରଣ ପୁଲିସର ଏଭଳି କାର୍ଯ୍ୟକୁ ଦେଖି ଅନ୍ୟମୋଡ଼ ଦେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ଚାଲିଛି ।

Leave a Reply

Your email address will not be published. Required fields are marked *