ଅବକାରୀ ବିଭାଗର ଚଢାଉ, ଗଞ୍ଜେଇ ଜବତ ସହ ୨ ଗିରଫ

ଫୋକସ ପ୍ଲସ(ବାଲିଗୁଡା):କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗର ପାଟ୍ରୋଲିଂ ସମୟରେ ୨ ଟି ପୃଥକ ଜାଗାରେ ଚଢ଼ାଉ କରି ୧ କ୍ୱଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଗୋଟିଏ କାର ଓ ଗୋଟିଏ ମଟର ସାଇକେଲ ଜବତ କରିଛି।କନ୍ଧମାଳ ଅବକାରୀ ଅଧିକ୍ଷକଙ୍କ ନିଦ୍ଦେଶକ୍ରମେ ବାଲିଗୁଡା ଅବକାରୀ ବିଭାଗ ଦୁଇଟି ସ୍ଥାନରେ ପାଟ୍ରୋଲିଂ ବେଳେ ବାଲିଗୁଡା ଥାନା ଅଞ୍ଚଳର ଲଣ୍ଡାଗାଁ ଛକରେ ଗୋଟେ ନମ୍ବର ବିହୀନ ଗାଡି ସହ 90 କେଜି ଗଞ୍ଜେଇ ସହ ଜଣେ ଗିରଫ ନାମ ପରେମଶ୍ୱର ରଣା ଗ୍ରାମ କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଅନ୍ତର୍ଗତ ସିଟ୍ରୁପାଲି ଗ୍ରାମର।

ଅନ୍ୟଟି ଦାରିଙ୍ଗବାଡି ସିମନବାଡି ଛକରୁ ଏକ ପୋଲସର ବାଇକ ସହ ଦଶ କେଜି ଗଞ୍ଜେଇ ସହ ଜଣେ ଗିରଫ ।ଗିରଫ ଜଣକର ଘର ଛତିଶଗଡ଼ ରାଜ୍ୟର ,ରାମ ବଚନ କଶ୍ୟପ ।ମୋଟ ୧ କ୍ୱଇଣ୍ଟାଲ ଜବତ ହୋଇଛି।ଜବତ ହୋଇଥିବା ଗଞ୍ଜେଇର ଅନୁମାନିକ ମୂଲ୍ୟ ଦଶ ଲକ୍ଷ ହେବ ବୋଲି କହିଛନ୍ତି ଅବକାରୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ରାଇକିଆ ଅବକାରୀ ଅଧିକାରୀ ଥାଲା ଓରାମ।ଗିରଫ ୨ ଜଣକ ନାମରେ ରାଇକିଆ ଅବକାରୀ ବିଭାଗ ନମ୍ବର ୭୨/୨୨ ଓ ବାଲିଗୁଡା ଅବକାରୀ ବିଭାଗ ୩୩/୨୨ ରୁଜୁ କରି କୋର୍ଟ ଚାଲଣା କରିଛି।

 

ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *