ଚାରିମାସ ହେଲା ପିଡିଏସ୍ ଚାଉଳରୁ ବଞ୍ଚିତ ଗ୍ରାମବାସୀ

ଫୋକସ ପ୍ଲସ(ଦଶମନ୍ତପୁର) : ମାସେ କି ଦୁଇ ମାସ ନୁହେଁ ଆଜ କୁ ଦିର୍ଘ ଚାରି ମାସ ହେଲା ପିଡିଏସ୍ ଚାଉଳ ରୁ ବଞ୍ଚିତ ହୋଇ ଆସୁଛନ୍ତି ଗ୍ରାମ ବାସୀ।ଏ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଢ଼ା ପଦର ପଞ୍ଚାୟତ ଅଧିନସ୍ଥ ବଞ୍ଜାଗୁଡା ଗାଁ ର ଅଭିଯୋଗ। ଦିର୍ଘ ୪ ମାସ ହେଲା ଗରିବ ହିତାଧିକାରୀ ମାନେ ଟଙ୍କିକିଆ ଚାଉଳ ନ ପାଇ ହନ୍ତ ସନ୍ତ ହେଉଥିବା କୁହାଯାଇଛି। ସେମାନେ କହିଛନ୍ତି ଯେ ଏହି ପଞ୍ଚାୟତ ଅଧୀନ ରେ ଥିବା ତଟା ଗୁଡା ଗ୍ରାମ ର ସୁବର୍ଣ୍ଣ ‌ଏସ୍ ଏଚ୍ ଜି ପ୍ରାୟ ଏକ ବର୍ଷ ହେଲା ପଞ୍ଚାୟତ ଠାରୁ ୭ ଖଣ୍ଡ ଗ୍ରାମ ର ପିଡିଏସ୍ ସାମଗ୍ରୀ ବଣ୍ଟନ କରୁଛନ୍ତି।

ସେହି ଦିନଠାରୁ ଆମେ ଟଙ୍କିକିଆ ଚାଉଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛୁ। ନିୟମିତ ଭାବେ ଚାଉଳ ଓ କିରୋସିନି ମିଳୁନାହିଁ। ବାରମ୍ବାର ଏସ୍ ଏଚ୍ ଜି ମ‌ହିଳା ମାନଙ୍କ ପାଖରେ ଯାଇ ଚାଉଳ ମାଗିଲେ ବିଭିନ୍ନ ଆଳ ଦେଖାଇ ଆଜି ଆସ କାଲି ଆସ କହି ଠକୁ ଛନ୍ତି। ଏଭଳି ୪ ମାସ ର ଚାଉଳ ଗରିବ ପେଟରେ ଲାତ ମାରି ଆତ୍ମସାତ କରିଛନ୍ତି ବୋଲି ହିତାଧିକାରୀ ମାନେ ପ୍ରକାଶ କରିଛନ୍ତି। ଶୁଣନ୍ତୁ କ’ଣ କହୁଛନ୍ତି ହିତାଧିକାରୀ |ଏସମ୍ପର୍କରେ ସୁବର୍ଣ୍ଣ ‌ଏସ୍ ଏଚ୍ ଜି ର ସଭାପତି ସୁନାମଣି ଖୋସଲା ଙ୍କୁ ପଚାରି ବୁଝିଥିଲୁ ।ସେ କହିଛନ୍ତି ଯେ ୭ ଖଣ୍ଡ ଗ୍ରାମ ର ୨୮୦ ହିତାଧିକାରୀ ପାଇଁ ୫୨ କ୍ଵିଣ୍ଟାଲ ଚାଉଳ ଇସୁକରି ଆଣୁଥିଲୁ ।

ହେଲେ ଆମକୁ ବିଭାଗ ପକ୍ଷରୁ କମ୍ ଚାଉଳ ଦିଆ ଯାଇଛି। ତେଣୁ ଅଧିକାଂଶ ହିତାଧିକାରୀ ଚାଉଳ ପାଇ ପାରି ନାହାଁନ୍ତି ବୋଲି ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ଦଶ ଲଦି ଛନ୍ତି।ଏହା ପରେ ବ୍ଲକ ଯୋଗାଣ ନିରୀକ୍ଷକ ଅଧିକାରୀ ମମତା ବେହେରା ଙ୍କୁ ଯୋଗାଯୋଗ କରିଥିଲୁ । ତେବେ ସେ ବୁମ୍ ରେ ପ୍ରତିକ୍ରିୟା ଦେଖିବାକୁ ମନା କରି ମୈଖିକ ସୂଚନା ଦେଇଥିଲେ।ସେ କହିଥିଲେ ଯେ ପ୍ରକୃତରେ ହିତାଧିକାରୀ ମାନେ ଚାଉଳ ପାଇ ନାହାଁନ୍ତି। ମୁଁ ତଦନ୍ତ କରିଥିଲି। ତଥାପି ଖୁବ୍ ଶୀଘ୍ର ଚାଉଳ ଯୋଗାଇ ଦେବା ବ୍ୟବସ୍ଥା କରାଯିବ। ପୁଣି ସେହି ଏସ୍ ଏଚ୍ ଜି ଅଣ ପଞ୍ଜିକୃତ। ଯେମିତି କାର୍ଡ ଅଛି ସେହି କାର୍ଡ ଅନୁସାରେ ଚାଉଳ ଦିଆ ଯାଇଛି ବୋଲି ପ୍ରକାଶ କରିଛନ୍ତି।ସେ ପଟେ ପଞ୍ଚାୟତ ପକ୍ଷରୁ ପିଡିଏସ୍ ଚାଉଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। କାରଣ ଆରମ୍ଭ ରୁ ପଞ୍ଚାୟତ ପକ୍ଷରୁ ଭଲ ଭାବରେ ହିତାଧିକାରୀ ପିଡିଏସ୍ ସାମଗ୍ରୀ ପାଉଥିଲେ ବୋଲି କୁହାଯାଇଛି।

 

ଦଶମନ୍ତପୁର ବ୍ଲକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ।

Leave a Reply

Your email address will not be published. Required fields are marked *