ରାଷ୍ଟ୍ରପତି ପୁରସ୍କାର ପାଇବେ ଆର.ଡି.ଏସ କଲେଜ ଅଧ୍ୟାପକ

ଫୋକସ ପ୍ଲସ(ଉଦଳା): ପେସାରେ ସେ ଜଣେ ଅଧ୍ୟାପକ, କେବଳ ପିଲାମାନଙ୍କୁ ଶିକ୍ଷାଦାନ ଦେବାରେ ସୀମିତ ରହିଯାଇନି ତାଙ୍କର କାର୍ଯ୍ୟ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଉଲେଖନୀୟ ଅବଦାନ ରହିଛି ,ପ୍ରତି ପରିସ୍ଥିତିରେ ସେ ସମାଜ ସେବାରେ ବାହାରି ପଡନ୍ତି, ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଆର.ଡି.ଏସ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରାମାଣିକଙ୍କ କଥା |ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଥିଲେ, ପୁଣି ଜାତୀୟ ସେବା ଯୋଜନାରେ ସେ ଦୀର୍ଘ ୬ ବର୍ଷ ଧରି ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ଆସୁଥିବା ବେଳେ, ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଚିଠି ଆସିଛି |ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଛି , ଆସନ୍ତା 24 ତାରିଖ ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତ ରୁ ସେ ନେବେ ପୁରସ୍କାର |

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲାର ଝିଅ ହୋଇଥିବା ବେଳେ ତାଙ୍କ ହାତରୁ ପୁରସ୍କାର ନେବା ଅତି ଗୌରବର ବିଷୟ ବୋଲି ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରାମାଣିକ ନିଜର ପତିକ୍ରିୟାରେ ପ୍ରକାଶ କରିଛନ୍ତି l

ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *