ପଞ୍ଚାୟତ ସମିତି ବୈଠକ ଖୋଲିଲା ବିଜେଡିର ଗୋଷ୍ଠୀ କନ୍ଦଳ

ଫୋକସ ପ୍ଲସ(ହାଟଡିହି): ପଦାରେ ପଡିଲା ବିଜେଡି ଦଳର ଅପାରଗତା।ପଞ୍ଚାୟତ ସମିତି ବୈଠକ ଖୋଲିଲା ଶାସକ ଦଳର ଗୋଷ୍ଠୀ କନ୍ଦଳ।ଶାସକ ଦଳର ଜିଲ୍ଲାପରିଷଦ ମାନଙ୍କ ପ୍ରଶ୍ନ ବାଣରେ ପଞ୍ଚାୟତ ସମିତି ବୈଠକ ଅଧାରୁ ବନ୍ଧ ହୋଇଛି ।ଏହିଭଳି ଘଟଣା ଦେଖିବାକୁ ମିଳିଛି ହାଟଡ଼ିହି ବ୍ଳକ ଦ୍ଵିତୀୟ ପଞ୍ଚାୟତ ସମିତି ବୈଠକରେ।ପଞ୍ଚାୟତ ସମିତି ବୈଠକରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ,ଶାସକ ଦଳର ବ୍ଳକ ଅଦକ୍ଷା ସାବିତ୍ରୀ ସେଠୀ ଙ୍କ ସମେତ ଶାସକ ଦଳର ସମସ୍ତ ଜିଲ୍ଲାପରିଷଦ , ସରପଞ୍ଚ,ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଥିବା ବେଳେ ପଞ୍ଚାୟତ ସମିତି ବୈଠକକୁ ଚଳାଇ ପାଇଲେ ନାହିଁ ବିଧାୟକ ଶ୍ରୀ ସେଠୀ।ଭତ୍ତା ବିଭାଗ ଅଧିକାରୀ ଙ୍କୁ ଜିଲ୍ଲାପରିଷଦ ମାନେ ପ୍ରଶ୍ନ ପଚାରିବାରୁ ବ୍ଳକ ଅଦକ୍ଷା ଏହାକୁ ବିରୋଧ କରିଥିଲେ ଯାହାଫଳରେ ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତେଜନା ପ୍ରକାଶ ପାଇବାରୁ ବୈଠକଟି ଅଧାରୁ ବନ୍ଧ ରହିଥିଲା।ଯାହା ଫଳରେ ବିଜୁଜନତା ଦଳର ଗୋଷ୍ଠୀ କନ୍ଦଳ ପଦାକୁ ଆସିଥିଲା। ବିଧାୟକ ନିଜେ ଉପସ୍ଥିତ ରହି ସଭାକୁ ଚଳେଇ ନ ପାରି ବନ୍ଧ କରିବା ଶାସକ ଦଳ ପାଇଁ ଏକ ଲଜ୍ୟାର ବିଷୟ ପାଲିଟିଛି।ବିଧାୟକ ଓ ଜିଲ୍ଲାପରିଷଦ ମାନଙ୍କ ମଧ୍ୟରେ ସୁ ସମ୍ପର୍କ ନଥିବାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜୁଜନତା ଦଳ ପକ୍ଷରୁ ଘର ନ ସଜାଡ଼ିଲେ ଅଗମୀ ନିର୍ବାଚନ ଦଳ ପାଇଁ ମହଙ୍ଗା ପଡିବ ବୋଲି ବୁଦ୍ଧଜୀବୀ ମହଲରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲିଟିଛି।

ହାଟଡିହିରୁ ଦେବବ୍ରତ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *