ନୂଆଁଖାଇ ଭେଟଘାଟ ଉପଲକ୍ଷେ ଆଦିବାସୀ ମେଳି

ଫୋକସ ପ୍ଲସ(ବଲାଙ୍ଗିର): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ବେନ୍ଦେର ଗାଁରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଖପ୍ରାଖୋଲ ଶାଖା ତରଫରୁ ନୁଆଁଖାଇ ଭେଟଘାଟ ଉପଲକ୍ଷେ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଥିଲା |ଗାଁରେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶଦାତା ସଦସ୍ୟ ନିରଞ୍ଜନ ବିଶି ଓ ଲୋକ କବି ପଦ୍ମଶ୍ରୀ ହଳଧର ନାଗଙ୍କୁ ପାରମ୍ପାରିକ ନୃତ୍ୟ ବାଦ୍ୟ ସହିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା |ଆଦିବାସୀ ମାନେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରେ ସାଂସଦ ଶ୍ରୀ ବିଶି ଓ ପଦ୍ମଶ୍ରୀଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ |ବେନ୍ଦେର ଗାଁ ପରିସରରେ ଅନୁଷ୍ଠିତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଦିବାସୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସମ୍ବିଧାନ ପ୍ରଦତ୍ତ ଶିକ୍ଷା,ସ୍ୱାସ୍ଥ୍ୟ,ସାମାଜିକ,ଅର୍ଥନୈତିକ,ରାଜନୈତିକ,ସାଂସ୍କୃତିକ,ପ୍ରଥlଗତ ଅଧିକାର ଉପରେ ଆଲୋକପାତ କରିଥିଲେ |

ଆଦିବାସୀଙ୍କ ପ୍ରାଚୀନ ପ୍ରଥା ପରମ୍ପରା, ରୀତିନୀତି,ଐତିହ୍ୟ,ଭାଷାବୋଲି,ଧାର୍ମିକ ବିଶ୍ୱାସ ,ଦେବଦେବୀ ପୂଜା ପଦ୍ଧତି ଗୁଡିକୁ ସୁରକ୍ଷା ସଂରକ୍ଷଣ କରିବା ସହିତ ବିଲୁପ୍ତପ୍ରାୟ କଳା,ସଂସ୍କୃତି,ନୃତ୍ୟ, ଗୀତ, ବାଦ୍ୟ,ସଙ୍ଗୀତ ର ପୁନଃଉଦ୍ଧାର କରିବାକୁ ଯୁବ ପୀଢ଼ି ଆଗେଇ ଆସିବାକୁ ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ | ଆଦିବାସୀ ସମାଜ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉଚ୍ଚ ଶିକ୍ଷା,ଗୁଣାତ୍ମକ ଶିକ୍ଷା,ପ୍ରଯୁକ୍ତି ବିଦ୍ୟା ଏବଂ ଧନ୍ଦାମୂଳକ ଶିକ୍ଷା ହିଁ ଆବଶ୍ୟକ |ଉଚ୍ଚଶିକ୍ଷା ଦ୍ୱାରା ଆଦିବାସୀ ଙ୍କ ଅର୍ଥନୈତିକ ବିକାଶ ହେବ |ଶିକ୍ଷା ବିକାଶ ର ମୂଳଦୁଆ ବୋଲି ଶ୍ରୀ ବିଶି ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ ।ମୁଖ୍ୟବକ୍ତା ପଦ୍ମଶ୍ରୀ ହଳଧର ନାଗ ଆଦିବାସୀ ସଂସ୍କୃତି, ପରମ୍ପରା ,ଲୋକ କଳା ଓ ନୂଆଖାଇ ର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ସଭାରେ ବ୍ଲକ ସଭାପତି ବିପ୍ର ବିଶି,ପାଟଣାଗଡ଼ ବ୍ଲକ ସମ୍ପାଦକ ଗିରିରାଜ ଭୋଇ,ସରପଞ୍ଚ ସସ୍ମିତା ମାଝୀ, ଦୟାସାଗର ମାଝୀ ,ଖୀରଧର ମାଝୀ, ଯଦୁମଣି ବରିହା,ଧର୍ମ ସିଂ ଧରୁଆ,ଅଷ୍ଟମ ମାଝୀ ପ୍ରମୁଖ ନେତା ମାନେ ଉଦବୋଧନ ଦେଇଥିଲେ ।ଟିକେଶ୍ୱର ଧରୁଆ ସଭା ପରିଚାଳନା କରିଥିବା ବେଳେ ଧର୍ମ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ହଜାର ରୁ ଉର୍ଦ୍ଧ ଆଦିବାସୀ ମହିଳା ପୁରୁଷ ନୁଆଁଖାଇ ଭେଟଘାଟ ରେ ଅଂଶଗ୍ରହଣ କରିଥିଲେ.ସଭା କାର୍ଯ୍ୟକ୍ରମ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଗ୍ରାମାଞ୍ଚଳ ର ଶତାଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ |

Leave a Reply

Your email address will not be published. Required fields are marked *