କୁତ୍ରିମ ବନ୍ୟା ଘେରରେ ଜନସାଧାରଣ

ଫୋକସ ପ୍ଳସ(ବାଲିଗୁଡା): ବାଲିଗୁଡାରେ ବର୍ଷା ବିତ୍ପାତ |ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଛି lଲଘୁଚାପ ପ୍ରଭାବରେ ବାଲିଗୁଡା ଅଞ୍ଚଳରେ ଗତକାଲି ରାତି ଠାରୁ ପ୍ରବଳ ବର୍ଷା ଲାଗିରହିଛି ।ଅଧିକ ବର୍ଷା ଜଳ ପରିମାଣ ବଢ଼ିବାରୁ ଘରେଘରେ ପାଣି ପସିଯାଇଥିବାରୁ ହନ୍ତସନ୍ତ ହେଉଛନ୍ତି ତଳିଆ ଅଞ୍ଚଳବାସୀ |ବାଲିଗୁଡା ଖଜୁରିନାଳ ପୋଲରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରଭାହିତ ହୋଇଥିବାରୁ ଖଜୁରିନାଳ ରୁ ବାଲିଗୁଡା ମଧ୍ୟରେ ଗମନା ଗମନ ଠପ୍ ହୋଇ ରହିଛି ଯାହା ଫଳରେ ଦୂର ଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀମାନେ ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି ।ସେହିପରି ବାଲିଗୁଡାର ଅନେକ ଗୁଡ଼ିଏ ସ୍ଥାନରେ ବର୍ଷା ପାଣି ଜମି ରହିଛି | ଫଳରେ ଲୋକମାନଙ୍କ ଦୈନଦିନ ଜୀବନ ବାଧାପ୍ରାପ୍ତ ହୋଇଛି |ବସଷ୍ଟାଣ୍ଡ ନିକଟସ୍ଥ ପୋଖରୀପାଣି ୫୯ନଂଜାତୀୟ ରାଜପଥ,ଜାମପଦା ଉପରେ ପ୍ରାୟ ୩ ଫୁଟ ପାଣି ପ୍ରଭାବିତ ହୋଉଛି ।ବାଲିଗୁଡା ଆଖପାଖ ଅଞ୍ଚଳରେ ମଧ୍ୟ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳୁଛି ।

ନିମ୍ନ ମାନର କାମ ଯୋଗୁଁ ତଳ ପୋଖରୀର ହୁଡା ଭାଙ୍ଗିଥିବା ଅଭିଯୋଗ ହେଉଛି ଏବଂ ଉପର ପୋଖରୀ ର ନିର୍ମାଣରେ ତ୍ରୁଟି ଅଭିଯୋଗ ହେଉଛି |ଜଳ ନିଷ୍କାସନ ହେଉନଥିବାରୁ ରାସ୍ତା ଉପରେ ପାଣି ଜମିଥିବା ଦେଖିବାକୁ ମିଳିଛି l ବାଲିଗୁଡା ଏନଏସି ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟରେ କୋଟିଏ ରୁ ଉର୍ଦ୍ଧ ଟଙ୍କା ବ୍ୟୟ କରିଥିବା ବେଳେ ସରକାରୀ ଟଙ୍କା ପାଣିରେ ପଡିଲା ବୋଲି ଚର୍ଚ୍ଚା ହେଉଛି l

ବାଲିଗୁଡାରୁ ବନବାସୀ ପ୍ରଧାନଙ୍କ ସହ ଜୋତି ପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *