କଳାହାଣ୍ଡିରେ ଛତର ଯାତ୍ରାର ପ୍ରସ୍ତୁତି ବୈଠକ

ଫୋକସ ପ୍ଳସ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମା ମାଣିଙ୍କେଶ୍ୱରୀଙ୍କ ଆସନ୍ତା ୩ ତାରିଖରେ ହେବାକୁ ଥିବା ଛତର ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି |କୋରନା କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ପୂଜାପର୍ବ ବନ୍ଦ ରହିଥିଲା | ତେବେ ଚଳିତ ବର୍ଷ ମାଙ୍କ ପୂଜା ଧୂମଧାମରେ ପାଳିବା ପାଇଁ ନିଷ୍ପତି ନିଆଯାଇଛି |

କୋରନା ପୂର୍ବରୁ ଯେଉଁ ଭଳି ଭାବରେ ପ୍ରତିବର୍ଷ ମାଙ୍କ ଛତର ଯାତ୍ରା ହୋଇଥାଏ ସେହିପରି ସମାନ ଭାବରେ ହେବ | ଏବଂପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷାର କଡାକଡି ବନ୍ଦୋବସ୍ତ କରିବା ସହ ଜନସାଧାରଣଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସଜାଗ ରହିବ |ସବୁ ପ୍ରକାରର ସଂସ୍କୃତିକ କାର୍ଯ୍ୟକ୍ରମ ଧୂମଧାମରେ ଚାଲିବ ଓ ଛତରକୁ ନେଇ କୌଣସି ପ୍ରକାରର ସମସ୍ୟା ଯେମିତି ନହୁଏ ସେଥିପ୍ରତି କଳାହାଣ୍ଡି ପ୍ରଶାସନ ସବୁବେଳେ ସଜାଗ ରହିବ ବୋଲି କଳାହାଣ୍ଡି ଜିଲ୍ଲପାଳ ପି.ଅନଭେନ୍ସା ରେଡ୍ଡୀ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି |

 

କଳାହାଣ୍ଡି ଜିଲ୍ଲାର ସତ୍ୟ ନାରାୟଣ ମହାନନ୍ଦଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *