ପ୍ରାକୃତିକ ଗ୍ୟାସ ବାହାରିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ଖନନ କାର୍ଯ୍ୟ ଆରମ୍ଭ

ଫୋକସ ପ୍ଳସ(ପୁରୀ): ଅଏଲ୍ ଏଣ୍ତିଆ କମ୍ପାନୀ ପକ୍ଷରୁ ପ୍ରାକୃତିକ ଗ୍ୟାସ ବାହାରିବା ପାଇଁ, ଗୋପ ବ୍ଲକ ଗୋପ ପଞ୍ଚାୟତର କୁଶୁପୁର ନିକଟ ରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଆଜକୁ 2 ବର୍ଷ ହେବ, ପୁରୀ ଜିଲ୍ଲା ଗୋପ ବ୍ଲକ ର ଗୋପ ପଞ୍ଚାୟତ ର କୁଶୁପୁରୁ ଓ ମହଲପଡା ପଞ୍ଚାୟତ ର ଚିତ୍ରା ଗାଁ ନିକଟ ରେ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ, ଡିଜେଲ ର ସନ୍ଧାନ ଗ୍ୟାସ ବହୁଳ ପରିମାଣରେ ଥିବା ଅଏଲ୍ ଏଣ୍ତିଆ କମ୍ପାନୀ ସର୍ଭେ କରି ଯାଣିବାକୁ ପାଇଥିଲେ। ପ୍ରଥମେ ୩୭ ଜଣ ଜମି ମାଲିକ ସହିତ ୩ ବର୍ଷ ପାଇଁ, ଚୁକ୍ତିନାମା କରି ପ୍ରତି ଗୁଣ୍ଠ ପିଛା ଏକ ବର୍ଷକୁ ୧୭୦୦୦ଟଙ୍କା ହିବାରେ ୫୩୦୦୦ଟଙ୍କା ଦିଆଯାଇଥିଲା।ଗତ ଦୁଇଦିନ ହେବ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି।ଅଏଲ୍ ଏଣ୍ତିଆ କମ୍ପାନୀ ଦୁଇଟି ସ୍ଥାନରେ ୧୬ ଏକର ଜମି ଅଧିଗ୍ରହଣ କରି ଥିବା ବେଳେ ୨୦୨୦ ରୁ ଅଏଲ୍ ଏଣ୍ତିଆ କମ୍ପାନୀ ଏହି ସବୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ବାରମ୍ବାର ଗ୍ରସ୍ତ କରିବା ପରେ ଏହି ସ୍ଥାନ ମାନଙ୍କରେ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ, ପେଟ୍ରୋଲ, ଡିଜେଲ ଥିବା ସାଟ୍ ଲାଇଟ୍ ଚିତ୍ର ମାଧ୍ୟମରେ ଜାଣି ପାରିଥିଲେ ।

ଏପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କମ୍ପାନୀ କତୃପକ୍ଷ କହିବା କଥା ପ୍ରଥମେ ୩୭ ଜଣଙ୍କୁ ପାଖାପାଖି ୧କୋଟି ଟଙ୍କା ଦିଆଯାଇଥିବା ବେଳେ କାର୍ଯ୍ୟ ଚାଲିଛି। ଅପରପକ୍ଷରେ ଚାଷୀ ଓ ଗୋପ ବ୍ଳକ ର ବାସିନ୍ଦା ବହୁତ ଖୁସି ଥିବା କୁହନ୍ତି।ଏବେ ଖନନ କାର୍ଯ୍ୟ ଚାଲିଛି। ଶେଷ ହେବା ପରେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି,ପ୍ରାଥମିକ ପର୍ଯ୍ୟାୟରେ ଗୋପ ର କୁଶୁପୁରୁ ନିକଟରେ ତିନୋଟି ପୋଖରୀ ଖୋଳା ଆରମ୍ଭ ହେବା ସହ ରାସ୍ତା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।ଵୋରିଂ ପରେ ପୋଖରୀରେ ଅଶୋଧିତ ପଙ୍କ ମାଟିକୁ ନେଇ ଅଏଲ ଇଣ୍ଡିଆ ପରୀକ୍ଷା କରିବା ପରେ କେତେ ପରିମାଣ ର ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ, ଡିଜେଲ ର ସନ୍ଧାନ କରାଯାଇ ପାରିବ। ଅନ୍ୟ ପଟେ ଚିତେରା ମୌଜା ରେ ଥିବା ଚାଷୀମାନେ କୌଣସି ଆର୍ଥିକ ସହାୟତା ପାଇଁ ନଥିବା ବେଳେ , କିପରି ପାଇବେ ଆର୍ଥିକ ଅନୁଦାନ ସେ ନେଇ ଚିନ୍ତାରେ ଏବେ ଚାଷୀ ମାନେ।

ପୁରୀ ଜିଲ୍ଲା କୋଣାର୍କରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *