ଫୋକସ ପ୍ଲସ(ଜଗତସିଂହପୁର): ଜଗତସିଂହପୁର ଟାଉନଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଧଳା ଜହର ଆତଙ୍କ ସୃଷ୍ଟି କରୁ ଥିବାବେଳେ ।ଜିଲ୍ଲାର ପୋଲିସ କର୍ମଚାରୀ ଓ ଜିଲ୍ଲା ଏସ୍ ପି ନିଦ ହଜାଇ ଦେଉଥିଲେ ଏହି ନିଶା ମାଫିଆ ।ଏହା କେଉଁଠାରୁ ଆସୁଛି ଏବଂ କେତେ ବାଟ ଯାଏଁ ଲମ୍ବିଛି ଏହାର ଚେର ? ଅନେକ ଦିନ ହେବ ପୋଲିସ ଏହାର ସୁରାକ ଖୋଜୁଥିଲା |
ଏହି ସମୟରେ ଜଗତସିଂହପୁର ଜିଲ୍ଲା ଏସ୍ ପିଙ୍କ ସ୍ପେସାଲ ସ୍କାଡ, ଅଫିସର ଏସ ଆଇ ପ୍ରତାପ କୁମାର ଦାସ ଓ ଏସ ଆଇ ଚିରଞ୍ଜିବି ବେହେରା ବିଶେଷ ସୁତ୍ର ରୁ ଖବର ପାଇ ଟାଉନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଥାନାର ଏକ ସ୍ବତନ୍ତ୍ର ଟିମ କଣ୍ଟିଲୋ ପଞ୍ଚାୟତ ଉରାଳି ବଜାର ଉପରେ ଅତର୍କିତ ଚଢ଼ାଉ କରିଥିଲେ ।ଏହି ଚଢ଼ାଉରେ ଧଳା ଜହର ଜବତ କରିବା ସହିତ ଧରା ପଡିଥିଲେ ଜଣେ ଅଙ୍ଗନ ବାଡି ଦିଦି । ସ୍ବାମି କେଦାରନାଥ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି | ଜବତ ୧୬ ଗ୍ରାମ ଧଳାଜହର ର ଆନୁମାନିକ ମୁଲ୍ୟ ୧ ଲଖ୍ୟ ୬୦ ହଜାର ଟଙ୍କା ବୋଲି ତଦନ୍ତ ପରେ ଜଣା ପଡିଛି । ଜିଲ୍ଲାର ସମସ୍ତ ସ୍ଥାନକୁ ଏହିଠାରୁ ହିଁ ଧଳାଜହର ସପ୍ଲାଇ କରାଯାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି |ତେବେ ଏଠି ଅଙ୍ଗନବାଡି ଦିଦିଙ୍କ ସମ୍ପୃକ୍ତି କୁ ନେଇ ବଡ ପ୍ରଶ୍ନ ଉଠିଛି ଅନ୍ୟ କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ମଧ୍ୟ ସନ୍ଦେହ କରୁଛି ପୋଲିସ |ତେବେ ଏତେ ଦିନପରେ ପୋଲିସ ର ସଫଳତାକୁ ନେଇ ଅଞ୍ଚଳବାସୀ ଜିଲ୍ଲା ଏସ୍ପି ଓ ଟାଉନଥାନା ଅଧିକାରୀ ଓ ସମସ୍ତ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ।
କୁନିକୁନି ପିଲାଙ୍କ ଭବିଷ୍ୟତ ଗଢୁଥିବା ଅଙ୍ଗନବାଡିର ଏହି ରାଣିମହୁମାଛି ଦିଦି କିଭଳି ଧଳାଜହର ବେପାର କରି ଅନେକଙ୍କ ଭବିଷ୍ୟତ କୁ ଅନ୍ଧାରକୁ ଠେଲି ଦେଉଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |
ଜଗତସିଂହପୁରରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ