ଭାଇରଲ ହେଉଛି ଷ୍ଟାର କିଡ୍ ଙ୍କ ରୋମାଣ୍ଟିକ ପ୍ରପୋଜାଲ

ଫୋକସ ପ୍ଲସ(ବ୍ୟୁରୋ): ଆମୀର ଖାନଙ୍କ ଝିଅ ଇରା ଖାନ ବର୍ତ୍ତମାନ ସେଲିବ୍ରିଟି ଫିଟନେସ୍ ପ୍ରଶିକ୍ଷକ ନୁପୁର ଶିଖରଙ୍କୁ ଡେଟ୍ କରୁଛନ୍ତି |ଇନଷ୍ଟାଗ୍ରାମରେ ନିଜେ ପୋଷ୍ଟ କରିଛନ୍ତି ଇରା |ଏହି ପ୍ରେମୀ ଯୁଗଳ ଦୁଇ ବର୍ଷରୁ ଅଧିକ ସମୟ ପରସ୍ପର ଡେଟିଂ ପରେ ଏବେ ଉଭୟ ଏଙ୍ଗେଜ ହୋଇଛନ୍ତି ଏହା ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ଘୋଷଣା କରିଛନ୍ତି |ଇରା ଖାନ ଏବଂ ନୁପୁରର ଏକ ସାଇକେଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯେଉଁଥିରେ ସେ ତାଙ୍କୁ ପ୍ରପୋଜ କରିଥିଲେ |

ଇରା ଖାନ ଏହି ରୋମାଣ୍ଟିକ ପ୍ରପୋଜାଲର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି କ୍ଲିପ୍‌ରେ ଇରା ନୁପୁରଙ୍କ ସହ ଦର୍ଶକଙ୍କ ମଧ୍ୟରେ ଠିଆ ହୋଇଥିବା ଦେଖିବାକୁ ମିଳିଛି | ଏହି ଭିଡିଓରେ ନୁପୁର ଆଣ୍ଠେଇ ତାଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ରହିଛି | ଏବଂ ନୁପୁର ତାଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି “ତୁମେ ମୋତେ ବିବାହ କରିବ କି? ଇରା ମଧ୍ୟ ନିଜ ଉତ୍ତରରେ “ହଁ ” କହିଛନ୍ତି |ଏଥିରେ ଅନ୍ୟମାନେ ଖୁସି ହୋଇ ତାଳି ମାରୁଥିବା ସମୟରେ ଏହି କପଲ୍ ପୁନର୍ବାର ଚୁମ୍ବନ କରିଛନ୍ତି |ଇନଷ୍ଟାଗ୍ରାମ ରେ ପୋଷ୍ଟ ସେୟାର କରି ଇରା ଲେଖିଛନ୍ତି,”Popeye: She said yes. Ira: Hehe I said yes |

Leave a Reply

Your email address will not be published. Required fields are marked *