ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ଫୋକସ ପ୍ଲସ(ଅସ୍ତରଙ୍ଗ): ଅସ୍ତରଙ୍ଗ ଦେଵୀ ନଦୀରେ ଭାସୁଛି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ |କେହି ହତ୍ୟା କରି ନଦୀରେ ଫିଙ୍ଗିଦେବା ସନ୍ଦେହ ।ଖବର ପାଇ ଅସ୍ତରଙ୍ଗ ମେରାଇନି ପୋଲିସ ପହଞ୍ଚି ଶବକୁ ଜବତ କରିଛି ।ଶବଟି ଦେବୀ ନଦୀର ଉପର ମୁଣ୍ତରୁ ଭାସି ଆସି ଅସ୍ତରଙ୍ଗ ନୂଆଗଡ ୧ନଂ ନିକଟରେ ଲାଗିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ଖବର ପାଇ ଘଟଣା ସ୍ଥଳରେ ଅସ୍ତରଙ୍ଗ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ମହିଳାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ।ଏନେଇ ପୋଲିସ ପକ୍ଷରୁ କୈଣସି ଉତ୍ତର ମିଳିପାରି ନାହିଁ। ସଅସ୍ତରଙ୍ଗ ମେରାଇନି ଥାନା ଅଧିକାରୀ ଶବ ଜବତ କରି ତଦନ୍ତ ଚଳାଇଛନ୍ତି। ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଲେ ପ୍ରମାଣ ନଷ୍ଟ ପାଇଁ ମୁହଁ ରେ ଏସିଡି ପକାଯାଇ ପୋଡି ଦିଆଯାଇଥିବା ଅନୁମାନ କରାଯାଉଛି |

Leave a Reply

Your email address will not be published. Required fields are marked *