ବ୍ଲକ କାର୍ଯ୍ୟାଳୟକୁ ଘେରିଲା କ°ଗ୍ରେସ

ଫୋକସ ପ୍ଲସ(ବସ୍ତା): ସରକାରୀ ଦଳର ହାତବାରିଶ ସାଜିବାକୁ କଂଗ୍ରେସ ବରଦାସ କରିବ ନାହିଁ |ଆଜି ବସ୍ତା ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି |କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା ଏହି ଘେରାଉ |ବସ୍ତା ବଜାରସ୍ଥିତ ଇଶ୍ବରବତୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିଲା |ପିସିସି ମୁଖପାତ୍ର ସୁଦର୍ଶନ ଦାସ ଓ ବସ୍ତା କଂଗ୍ରେସ ନେତା ବିଜନ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ | ବ୍ଲକ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ସଭାପତିତ୍ବ କରିଥିଲେ |ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଏହାର ପରିଚାଳନା କରିଥିଲେ |ଏହି ପ୍ରତିବାଦରେ ପ୍ରଥମେ ପୂର୍ବତ୍ତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ତିରୋଧାନରେ ଏକ ଶୋକସଭା କରାଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ |କଂଗ୍ରେସ କମିଟିର ସଭାପତି ସଂଜୀବ ଗିରି ଯୋଗ ଦେଇ ବିଡ଼ିଓ ଏବଂ ବିଜେଡି ବିଜେପି ସହିତ ମଧୁଚନ୍ଦ୍ରିକା ବିଷୟରେ ବର୍ଷିଥିଲେ | ବିଡ଼ିଓ ଜାଣି ରଖିବା ଉଚିତ କଂଗ୍ରେସ ନୀରବ କୁ ପସନ୍ଦ କରେ କିନ୍ତୁ ଅନ୍ୟାୟ ଅତ୍ୟାଚାରକୁ ମଧ୍ୟ ବରଦାସ କରେନି ।

ଆନ୍ଦୋଳନ କଂଗ୍ରେସ ରୁ ଆରମ୍ଭ ହୋଇଛି ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୋଜ କୁମାର ମହାନ୍ତି,ଡଃନଗେନ୍ଦ୍ର କୁମାର ସିଂ, ବାଲିଆପାଳ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ନାୟକ, ବ୍ଲକ କଂଗ୍ରେସ ଉପସଭାପତି ଜୟନ୍ତ କୁମାର ମହାପାତ୍ର, କିଶୋର ପାଳ ପ୍ରଭାଶ ମଣ୍ଡଳ, ଜିଲ୍ଲା କଂଗ୍ରେସ ସମ୍ପାଦିକା ପ୍ରଣତି ସାହୁ ,ସୁକାନ୍ତି ଭକ୍ତା ସମ୍ପାଦକ, ରବୀନ୍ଦ୍ର ଭଞ୍ଜ ଜଳେଶ୍ଵର ବ୍ଲକ କଂଗ୍ରେସ, ସଭାପତି ରାଜୀବ ପରିଡ଼ା, ପୁର୍ବତନ ସମିତି ସଭ୍ୟ ରବିନ୍ଦ୍ର ଦାସ ଓ ସରପଞ୍ଚ କରୁଣାକର ମଲିକ ,ଅମିତ୍ ବିଶ୍ବାଳ ଅଞ୍ଜଳି ପ୍ରଧାନ ରଂଜିତା, ପରିଡ଼ା ଅରୁଣ ଜେନା ଜିଲ୍ଲା କିଷାନ, କଂଗ୍ରେସ ସଭାପତି ନୀରଞ୍ଜନ ବେହେରା, ଜଳେଶ୍ଵର କିଷାନ କଂଗ୍ରେସ ସଭାପତିଓ ସୁଦାମ ପାତ୍ର ପ୍ରମୁଖ ମଚାସୀନ ଥିଲେ | ପୁର୍ବତନ ସମିତି ସଭ୍ୟ କମଳ ଲୋଚନ ଜେନା ଯୁବ ନେତା ଜଗଦୀଶ ସାହୁ ଅରୁଣ ମଣ୍ଡଳ ବସ୍ତା ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ର, ଛାତ୍ର ନେତା ରମେଶ ରାଉଳ, ମାନସ ବେହେରା ଙ୍କ ସମେତ ଛାତ୍ର କଂଗ୍ରେସ ,ଯୁବ କଂଗ୍ରେସ ,ମହିଳା କଂଗ୍ରେସ , ସମେତ ବହୁ କଂଗ୍ରେସ କର୍ମୀ ଓ ନେତୃତ୍ୱ ଉପସ୍ଥିତ ଥିଲେ ବସ୍ତା ରୁ ଚାନସେଲର ରାଉତ |

ବସ୍ତାରୁ ଚାନସେଲର ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *