ଫୋକସ ପ୍ଲସ(ଗଣିଆ): ନୟାଗଡ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ରାସଙ୍ଗ ପାଟିକଟା ଜଙ୍ଗଲ ନିକଟରେ ଗତ 22 ତାରିଖ ଗୁରବାର ଦିନ କୌଣସି ଏକ କାରଣରୁ ମୃତ ରଜତ ରାଉତ ଓ ରାସଙ୍ଗ ପଞ୍ଚାୟତ ଗୋଛାବାରୀ ଗ୍ରାମର ତରଣୀସେନ ନାୟକ ଓ ସାଗର ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା l ସ୍ଥାନୀୟ ଲୋକ ହଟିଆପଲ୍ଲୀ ଗ୍ରାମର ଦାଶରଥି ମହାନ୍ତିଙ୍କ ବୟାନକୁ ନେଇ ଗଣିଆ ପୋଲିସ ଗତ 22 ତାରିଖରେ ସାଗର ବେହେରାକୁ ନିଜ ଗ୍ରାମ ଗୋଛାବାରୀରୁ ଗିରଫକରି ମଙ୍ଗଳବାର ଦିନ ଦଶପଲ୍ଲା ବିଚାରବିଭାଗ ଅଦାଲତକୁ ପଠାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ତାରିଣୀସେନ ନାୟକ ଫେରାର ଥିଲା l ସୂଚନା ଯୋଗ୍ୟ ମୁଖ୍ୟ ଅଭିଯୁକ୍ତ ତାରିଣୀସେନ ନାୟକକୁ ମଙ୍ଗଳବାର ଦିନ ତାର ନିଜ ଗ୍ରାମ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନର୍ଗତ ତସରା ଫାଣ୍ଡି ନନ୍ଦିନୀ ଗ୍ରାମରୁ ଗଣିଆ ପୋଲିସ ଓ ତସରା ଫାଣ୍ଡି ଅଧିକାରୀଙ୍କ ମିଳିତ ସହଯୋଗରେ ଏକ ନାଳରେ ତାରିଣୀ ଗଧଉଥିବା ସମୟରେ ପୋଲିସ କାବୁକରି ଗଣିଆ ଥାନାକୁ ଆଣିଥିଲେ l
ଗଣିଆ ଥାନାରେ ଅଧିକ ପଚରାଉଚରା ପରେ ମୁଖ୍ୟ ଅଭିଯୁକ୍ତ ତାରିଣୀସେନ ନାୟକ ମୃତ ରଜତ ରାଉତକୁ ଦେଶୀ ହାତତିଆରି ବନ୍ଧୁକରେ ଗୁଳିମାରୀ ହତ୍ୟା କରିଥିବା ମାନିନେଇଥିଲା l ଗୁରୁବାର ଅପାରହ୍ନରେ ଗଣିଆ ପୋଲିସ 75/2022 ରେ ଏକା ମାମଲା ୠଜୁକରି କୋଟ ଚାଲାଣ କରିଛି l ଏନେଇ ମୁଖ୍ୟ ଅଭିଯୁକ୍ତ ତାରିଣୀସେନ ନାୟକ କଣ କହୁଛି ଆସନ୍ତୁ ଶୁଣିବା |
ଗଣିଆରୁ ସମୀର କୁମାର ବେହେରାଙ୍କ ରିପୋର୍ଟ