ଯାତ୍ରୀବାହୀ ଡଙ୍ଗା ମୁହାଁମୁହିଁ ଧକ୍କା ୩ଆହତ, ୫ବାଇକ୍ ନଷ୍ଟ

ଫୋକସ ପ୍ଲସ(ଖୋର୍ଦ୍ଧା): ସାତପଡ଼ା ଚିଲିକାରେ ଯାତ୍ରୀବାହୀ ଡଙ୍ଗା ମୁଁହା ମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ଘଟଣା ମୁତାବକ ସବୁଦିନ ଭଳି ଆଜି ଜହ୍ନିକୁଦାରୁ ଏକ ଯାତ୍ରୀବାହୀ ଡଙ୍ଗା ସାତପଡା ଅଭିମୁଖେ ଏବଂ ସାତପଡାରୁ ଏକ ଡଙ୍ଗା ଜହ୍ନିକୁଦା ଅଭିମୁଖେ ଯାତ୍ରୀ ବାଇକ ସମେତ ଯାତ୍ରା ଆରମ୍ଭ କରିଥିଲା । ମହିଁସା କୁଦ ନିକଟରେ କେହି କିଛି ଭାବିବା ପୁର୍ବରୁ ସାତପଡାରୁ ଯାତ୍ରୀ ନେଇ ଆସୁଥିବା ଡଙ୍ଗାଟି ଜହ୍ନିକୁଦା ପଟୁ ସାତପଡା ଜାଉଥିବା ଡଙ୍ଗା ଉପରେ ସିଧାସଳଖ ଭାବେ ପିଟି ହୋଇଥିଲା। ଡଙ୍ଗାଚାଳକ ସମେତ ତିନି ଯାତ୍ରୀ ଏବଂ ପାଞ୍ଚଟି ଗାଡି ଭାଙ୍ଗୁରୁଜି ଚୁରୁମାର ହୋଇଜାଇଥିଲା। ଡଙ୍ଗାଟି କୁଳରେ ଲାଗିବା ପରେ ଆହତମାନଙ୍କୁ ଚିଲିକା ନୂଆପଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସିତ ହୋଇଥିଲେ । ଏକ ବଡ ଦୁର୍ଘଟଣାରୁ ଉଭୟ ଡଙ୍ଗାରୁ ଅଳ୍ପକେ ବର୍ତ୍ତି ଜାଇଥିଲେ ୬୦ରୁ ଉର୍ଦ୍ଧ ଯାତ୍ରୀ ।

ଖୋର୍ଦ୍ଧା ଚିଲିକାରୁ ସୁଧୀର କୁମାର ବେହେରାଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *