ବନବିଭାଗର ଅଚାନକ ଚଢ଼ାଉ

ଫୋକସ ପ୍ଲସ(ଟାଙ୍ଗୀ): ଟାଙ୍ଗୀ ବନବିଭାଗର ଅଚାନକ ଚଢ଼ାଉ | ବନବିଭାଗର ଅଚାନକ ଚଢ଼ାଉପରେ ଜବତ ହେଲା ୩୦ କିଲୋ ମାଂସ ଜବତ। ଟାଙ୍ଗୀ ବନବିଭାଗ ଦ୍ବାରା ଜଣେ ଜୁବକକୁ ଗିରଫ କରାଯାଇଛି। ଏବଂତା ନିକଟରୁ ୩୦ କିଲୋ ଗୟଳ ମାଂସ ଜବତ କରାଯାଇଛି‌। ଗିରଫ ଅଭିଯୁକ୍ତ ହେଲେ ରଣପୁର ଥାନା ଗୋପାଳ ପୁର ନିକଟସ୍ଥ ଅଂଧାରୁଆ ଗ୍ରାମର ଦେବ ରାଜ ନାୟକ।ଜଙ୍ଗଲରୁ ଗୟଳ ଶିକାର କରୁଥିଲେ | ଶିକାରୀ ମାନେ ଗୟଳ ଶିକାର କରିବା ପରେ ମୃତ ଗୟଳକୁ ନେଇ ନପାରି ଜଙ୍ଗଲରେ ଛଡ଼ି ପଳାଇ ଥିଲେ |ପରେ ଟାଙ୍ଗୀ ବନବିଭାଗ କୁ ସୂଚନା ମିଳିବଥିଲା | ବନବିଭାଗ ଏହି ଗୟଳ ଶିକାର ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତି ଅଛନ୍ତି ତାହାର ତନାଘନା ଆରମ୍ଭ କରିଛି ଟାଙ୍ଗୀ ବନବିଭାଗ।

ଟାଙ୍ଗୀରୁ ବିଜୟ ବାହୁବଳେନ୍ଦ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *