ବିଦ୍ୟୁତ୍ ଆଘାତରେ ଲାଇନ୍ ମ୍ୟାନଙ୍କ ମୃତ୍ୟୁ

ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି) :କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ଠାରେ ବିଦ୍ୟୁତ୍ ଆଘାତରେ ଲାଇନ୍ ମ୍ୟାନଙ୍କ ମୃତ୍ୟୁ |ଅଭିଯୋଗ।ଆଜି ଅପରାହ୍ନରେ ଅସୁରେଶ୍ବର-ଦାନପୁରକୁ ଯାଇଥିବା ୧୧ କେଭି ବିଦ୍ୟୁତ୍ ଲାଇନରେ କାମ କରୁଥିଲେ |ଲାଇନ୍ ମ୍ୟାନ ଆଶୁତୋଷ ମହାନ୍ତି ଓରଫ ପିଣ୍ଟୁଙ୍କୁ ବିଦ୍ୟୁତ୍ ଆଘାତରେ ଅନେକ ସମୟ ଧରି ବିଦ୍ୟୁତ୍ ତାର ରେ ଝୁଲି ରହିଲେ। ପରେ TPCODL କର୍ମଚାରୀ ମାନେ ଆଶୁତୋଷ ଙ୍କୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଆଶୁତୋଷ ଙ୍କୁ ମୃତ ଘୋଷଣା କରିଛନ୍ତି। ଆଶୁତୋଷ ଟାଟା ପାୱାର କମ୍ପାନୀ ର ଆଉଟ୍ ସୋରସିଂ ଏଜେନ୍ସି ରେଡ୍ ଟେକ୍ ରେ ଲାଇନ୍ ମ୍ୟାନ ଭାବେ କାମ କରୁଥିଲେ।

କିଭଳି ଭାବରେ କାମ କରୁଥିବା ୧୧ କେଭି ବିଦ୍ୟୁତ୍ ଲାଇନରେ ବିଦ୍ୟୁତ୍ ପ୍ରବାହ ହେଲା ନାଁ ଆଉ କେଉଁ କାରଣରୁ ଏଭଳି ଘଟଣା ଘଟିଲା, ତାହା ତଦନ୍ତ ହେବାର ଆବଶ୍ୟକତା ଜରୁରୀ ହୋଇ ପଡିଛି। କାରଣ କୈାଣସି ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଅସ୍ବୀକାର କରି ହେବନାହିଁ। ତେଣୁ ଏଠାରେ କାହାର ଅସାବଧାନତା ପାଇଁ ଜଣଙ୍କର ଜୀବନ ଚାଲିଗଲା, ତାକୁହିଁ ତଦନ୍ତ ପରିସରଭୁକ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ଆଶୁତୋଷ ସ୍ଥାନୀୟ ଅଂଚଳର ଜଣେ ମେଳାପୀ ଓ ପରୋପକାରୀ ଯୁବକ ହୋଇଥିବାରୁ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଆଶୁତୋଷ ଙ୍କ ସ୍ତ୍ରୀ ଏବଂ ଗୋଟିଏ ଦୁଇ ବର୍ଷ ର ଝିଅ ଥିବା ସୂଚନା ମିଳିଛି।

ନିଶ୍ଚିନ୍ତକୋଇଲିରୁ ଫାଲ୍ଗୁନୀ ପ୍ରସାଦ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *