ବର୍ଷା ପାଇଁ ବେହାଲ ହେଉଛି ପରିସ୍ଥିତି

ଫୋକସ ପ୍ଲସ (କୋଣାର୍କ): ଅସରାଏ ବରଷା ରେ ପରିସ୍ଥିତି ପୁରାପୁରି ବେହାଲ । ପାଣିରେ ଉବୁଟୁବୁ ପୁରା ବସ୍ତି।ଏବେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କଟକଣା ଗ୍ରାମପଞ୍ଚାୟତ ର ଲଘୁ ସମ୍ପ୍ରଦାୟ ର ମୁସୁଲିମ୍ ବସ୍ତିରେ । ସେମାନେ କେଉଁ ଜେଜେବାପା ଅମଳରୁ ଚଳି ଆସୁଛନ୍ତି ଏହି ବସ୍ତିରେ । କିନ୍ତୁ ବିଡ଼ମ୍ବନାର ର ବିଷୟ ହେଉଛି। ଅସରାଏ ବରଷା ହେଲେ ବସ୍ତିର ପରିସ୍ଥିତି ବେହାଲ୍। ସେମାନଙ୍କ କହିବା କଥା ଉକ୍ତ ସମସ୍ୟା କୁ ନେଇ ବାରମ୍ବାର କାକଟପୁର ତହସିଲ, ବ୍ଲକ ଓ ଆର ଆଇ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ମଧ୍ୟ କେହିବି ଶୁଣୁ ନାହାଁନ୍ତି। ଆମେ ଆପଣଙ୍କ ଗଣମାଧ୍ୟମ ଆଗରେ ଦାବି ରଖୁଛୁ ଯେ ସରକାର ଆମର ସମସ୍ୟା କୁ ଅନୁଭବ କରି ଏହାର ସ୍ଥାୟୀ ପ୍ରତିକାର କରିବା ନିହାତି ଆବଶ୍ୟକ ।

ଏହି ଘଟଣାର କୁ ନେଇ ଆମେ ପୂର୍ବତନ ସରପଞ୍ଚ ଙ୍କୁ ପଚାରିବାରୁ ସେ ମଧ୍ୟ ଠିକ୍ ଏହି ଘଟଣା କୁ ନେଇ ସ୍ଥାନୀୟ ପୂର୍ବତନ ତହସିଲଦାର୍ ଦୃଷ୍ଟି ଗୋଚର କରାଇବା ପରେ ସେକଥା କେବଳ କଥାରେ ରହିଗଲା ହେଲେ ବାସ୍ତବରେ ଏବେବି ଅସରାଏ ବର୍ଷା ହେଲେ ଲୋକେ ନାହିଁ ନ ଥିବା ଅସୁବିଧାରେ ପଡ଼ୁଛନ୍ତି ପୂର୍ବତନ ସରପଞ୍ଚ କହିଛନ୍ତି।ରାଜ୍ୟ ସରକାର ଲଗାତାର ଭାବେ ଦୀର୍ଘ ୨୨ବର୍ଷ ଶାସନ କରିବା ପରେ ମଧ୍ୟ ଏହି ଉପକୂଳ ଅଞ୍ଚଳରେ ଲୋକେ କିପରି ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ତାହା ଯେ କେବଳ ନିଜ ଆଖିରେ ଦେଖିଲେ ହିଁ ଆପଣ ବିଶ୍ୱାସ କରିପାରିବେ।ତେବେ ଆମେ କହିରଖୁଛୁ, ଏପରି ଖବର ପ୍ରସାରଣ ପରେ ଉକ୍ତ ଘଟଣା କୁ ନେଇ କଣ ପଦକ୍ଷେପ ନେଉଛନ୍ତି ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ତାହା କେବଳ ଦେଖିବାକୁ ବାକି ରହିଲା ।

 

କୋଣାର୍କରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *