ଖାକିତଳେ ଲୁଚିରହିଛି ସମାଜସେବା

ଫୋକସ ପ୍ଲସ (ଜଗତସିଙ୍ଗପୁରୁ): ଜଗତସିଂହପୁର ସଦର ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମୁଖରେ ଥିବା ଜଗତସିଂହପୁର ରୁ ବାଲିକୁଦା ରାସ୍ତା କଡରେ ଜଣେ ମହିଳା ଦୁଇଟି କୁନକୁନି ପିଲାମାନଙ୍କୁ ନେଇ ରକ୍ତ ଜୁଡୁବୁଡୁ ଅବସ୍ତାରେ ପଡିଥିବା ବେଳେ ସେହି ରାସ୍ତା ଦେଇ ସହ ସହ ଲୋକ ଜିବା ଆସିବା କରୁଥିବା ସମୟରେ ପଡିଥିବା ମହିଳାକୁ ଦେଖି ମଜା ନେଉଥିବା ।ବିଶେଷ ସୁତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ଦେବଦୁତ ସାଜି ଟାଉନଥାନା ଏସ ଆଇ ଭାସତ ରାୟ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ।ମହିଳାଙ୍କ କରୁଣ ରୁପ ଦେଖି ଚାଇଲ୍ଡ ଅଫିସକୁ ଫୋନ କରିଥିଲେ ।କିନ୍ତୁ ଫୋନ ବାରମ୍ବାର କରିବାପରେ ରିସିଭ ନକରିବାରୁ ଚାଇଲ୍ଡ ଅଫିସର ଦ୍ବାରସ୍ତ ହୋଇଥିଲେ ।

ଚାଇଲ୍ଡଲାଇନ ଅଫିସର କୋଡିନେଟର ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ।ମିଳିତଭାବେ ମହିଳା କୁ ଉଧାର କରି ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତିକରାଇଥିଲେ ।ମହିଳା ଗୁରୁତର ଥିବାରୁ ଦୁଇପିଲାଙ୍କ ସହିତ ସ୍ବାସ୍ଥକେନ୍ଦ୍ରରେ ଚିକିତ୍ସା ହେଉଥିବା ସୁଚନା ମିଳିଛି ।ଏଠି ଏକ ପ୍ରଶ୍ନ ଉଠେ ।ଜଣେମହିଳା କୁ ଏପରି ପରିସ୍ଥିତିରେ ଯୋଉଠି ସତାଧିକ ଲୋକମଜା ନେଉଥିବା ବେଳେ ଜଣେ ପୋଲିସ କିପରି ଦୁଇ ପିଲା ଓ ଜଣେ ମହିଳା କୁ ଉଧାର କଲେ ତାହା ଏକ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ।ଏ ଏସ ଆଇ ଭାସତ ରାୟ ଙ୍କୁ ଜିଲ୍ଲାବାସି ସାଧୁଵାଦ ଦେଉଛନ୍ତି

ଜଗତସିଙ୍ଗପୁରୁ ରୁ ସଂଗ୍ରାମ କିଶୋରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *