ଫୋକସ ପ୍ଲସ (ବ୍ୟୁରୋ): କେଶ ଡିବା (ଆଲୋପେସିଆ) କେବଳ ଆପଣଙ୍କ ତ୍ୱଚା କିମ୍ବା ଆପଣଙ୍କ ଶରୀରକୁ ପ୍ରଭାବିତ କରିଥାଏ ଏବଂ ଏହା ଅସ୍ଥାୟୀ କିମ୍ବା ସ୍ଥାୟୀ ହୋଇପାରେ | ଏହା ବଂଶାନୁକ୍ରମିକ, ହରମୋନାଲ ପରିବର୍ତ୍ତନ, ଚିକିତ୍ସା ଅବସ୍ଥା କିମ୍ବା ବାର୍ଦ୍ଧକ୍ୟର ଏକ ସାଧାରଣ ଅଂଶର ଫଳାଫଳ ହୋଇପାରେ | ଯେକେହି ସେମାନଙ୍କ ମୁଣ୍ଡରେ କେଶ ହରାଇ ପାରନ୍ତି, କିନ୍ତୁ ଏହା ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ |ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଶରୀରରେ ମେଟାବଲିଜମର ମାତ୍ରା ବଢିଥାଏ । ଭାରତରେ ପ୍ରତି ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଚନ୍ଦାପଣର ସମସ୍ୟା ଦେଖାଯାଏ । ଅକାଳରେ ଚୁଟି ଝଡିପଡ଼େ ଏବଂ ଚନ୍ଦାପଣର ଶିକାର ହେବାକୁ ପଡେ । କିନ୍ତୁ କମ୍ ବୟସରେ ଚନ୍ଦାପଣ ଗ୍ରାସ କରିବା ଏକ ବଡ଼ ସମସ୍ୟା ।
ତେବେ କିଛି ଟିପ୍ସ ଆପଣାଇ ଆପଣ ନିଜ ଚୁଟିର ଧ୍ୟାନ ରଖିପାରିବେ । ଏବେ ପ୍ରଶ୍ନ ଉଠୁଛି କାହିଁକି ଅଧିକ ଲୋକ ଏହି ଚନ୍ଦାପଣର ଶିକାର ହୁଅନ୍ତି? ହର୍ମୋନାଲରେ ପରିବର୍ତ୍ତନ , ଶରୀରରେ ପୋଷକ ତତ୍ତ୍ୱର ଅଭାବ , କେମୋଥେରାପି କିମ୍ବା ଅତ୍ୟଧିକ ଔଷଧ ସେବନ ,ଚାପଗ୍ରସ୍ତ ,ଶୀଘ୍ର ଓଜନରେ ହ୍ରାସ,ଗମ୍ଭୀର ରୋଗ ଇତ୍ୟାଦି । ଏହା ଦ୍ୱାରା ଶରୀରରେ ମେଟାବଲିଜମର ମାତ୍ରା ବଢେ ଏବଂ ଚନ୍ଦାପଣର ସମସ୍ୟା ଦେଖାଯାଏ ।ଡ଼ାଇଟରେ ନିଅନ୍ତୁ ପ୍ରୋଟିନ୍ : ହେୟାର୍ ଗ୍ରୋଥ୍ ପାଇଁ ପ୍ରୋଟିନ୍ ନିହାତି ଜରୁରୀ । ଅଣ୍ଡା,ମାଛ , କମ୍ ଚର୍ବି ଥିବା ମାଂସରେ ପ୍ରୋଟିନର ମାତ୍ରା ଅଧିକ ଥାଏ । ଯାହା ଚୁଟି ବଢାଇବା ପାଇଁ ଲାଭଦାୟକ ହୋଇଥାଏ ।
ଖାଦ୍ୟରେ ଜରୁରୀ ଭିଟାମିନ୍ ସାମିଲ୍ କରନ୍ତୁ । ଭିଟାମିନ୍ ଏ ଚୁଟିମୂଳରେ ପ୍ରାକୃତିକ ତେଲ ବିକାଶ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଭିଟାମିନ୍ ଇ ରକ୍ତ ସଞ୍ଚାଳନକୁ ବଢାଇଥାଏ । ବେଳେବେଳେ ଘରୋଇ ଉପଚାର ମଧ୍ୟ ଚୁଟି ବଢାଇବାରେ ସହାୟକ ହୋଇଥାଏ । ରସୁଣ ଏଥିପାଇଁ ଭଲ ମସାଜର୍ ହୋଇପାରେ । ରସୁଣ,ପିଆଜ,ଅଦାର ରସକୁ ଆପଣ ମୁଣ୍ଡରେ ମାଲିସ୍ କରିପାରିବେ । ରାତିରେ ମାଲିସ୍ କରି ସକାଳେ ଧୋଇପାରିବେ । ଆୟୁର୍ବେଦିକ ଡ଼ାକ୍ତରଙ୍କ କହିବାନୁସାରେ,ଏହା କରିବା ଦ୍ୱାରା ଆପଣଙ୍କ ଚୁଟି ପୁନର୍ବାର ବଢିଯିବ । ଆମେ ପ୍ରତିଦିନ ଖାଦ୍ୟ ଖାଇଲା ଭଳି ଚୁଟିକୁ ମଧ୍ୟ ଖାଦ୍ୟ ଦରକାର ଏବଂ ପ୍ରତିଦିନ କିଛି ଡ୍ରପ୍ ତେଲ ନେଇ ହାଲକା ହାଲକା ମସାଜ୍ କଲେ ରକ୍ତ ସଞ୍ଚାଳନ ହେବା ସହ ଚୁଟିର ଗ୍ରୋଥ୍ ମଧ୍ୟ ବଢିଥାଏ ।
ବଜାରରେ ଅନେକ ପ୍ରକାରର କ୍ୟାମିକାଲଯୁକ୍ତ ସାମ୍ପୁ ବିକ୍ରି ହେଉଛି । ବିଜ୍ଞାପନ ଆଳରେ ଯଦି ଏସବୁ ଆପଣ ଚୁଟିରେ ବ୍ୟବହାର କରୁଛନ୍ତି ତାହେଲେ ଚୁଟି ଝଡ଼ିବା ଭଳି ସମସ୍ୟା ହିଁ ଦେଖାଯିବ । ତେଣୁ ସାମ୍ପୁ କିଣିବା ପୂର୍ବରୁ ପ୍ରଥମେ ସାମ୍ପୁରେ ବ୍ୟବହୃତ ସାମଗ୍ରୀ ଉପରେ ନଜର ପକାନ୍ତୁ । ଜୋଜୋବା,ନଡ଼ିଆ ତେଲ ,ଅଲିଭ୍ ଅଏଲ୍ , ପ୍ରୋଟିନ୍ , ଆଲୋବେରା,କେଫିନ୍ ଭଳି ସାମଗ୍ରୀ ଥିଲେ ହିଁ ସାମ୍ପୁ କିଣନ୍ତୁ ।୮ ରୁ ୯ ଘଣ୍ଟା ଶୁଅନ୍ତୁ : ନିସ୍ତେଜ ବା ଶୋଇବା ସମୟରେ ଆମ ଶରୀରର ମରାମତି କାମ କରିଥାଏ । ଗ୍ରୋଥ୍ ହର୍ମୋନ୍ , ସେଲ୍ ପ୍ରଡ଼କ୍ସନ୍ କରିବାରେ ସାହାଯ୍ୟ କରେ ଯାହାଦ୍ୱାରା ହେୟାର୍ ଗ୍ରୋଥ୍ ଶୀଘ୍ର ହୋଇଥାଏ ।