କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ପୁରିଲା ମାସେ; ଯାତ୍ରାରେ ସାମିଲ ହେଲେ ସୋନିଆ ଗାନ୍ଧୀ

ଫୋକସ ପ୍ଲସ(ନୂଆଦିଲ୍ଲୀ): ଦେଶରେ ପୁଣିଥରେ କଂଗ୍ରେସ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । ଏହା ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ଗୋଟିଏ ମାସ ପୁରିଛି । ସେପଟେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ଟାର୍ଗେଟ କରି ବେଶ ବୟାନବାଜି କରିବାରେ ଲାଗିଛନ୍ତି ବିରୋଧୀ । କର୍ଣ୍ଣାଟକର ତୁମକୁରୁ ସ୍ଥିତ ମାୟାସାନ୍ଦ୍ରା ଠାରୁ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲା । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଯାତ୍ରାର ମଙ୍ଗ ଧରିଥିଲେ । ତାଙ୍କ ସହିତ କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଥିବାର ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏହି ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇଥିଲେ । ଅନ୍ୟପଟେ ଭାରତ ଯୋଡ଼ ଯାତ୍ରାକୁ ଗୋଟିଏ ମାସ ପୂର୍ତ୍ତି ଅବସରରେ କଂଗ୍ରେସ ନିଜର ସୋସିଆଲ ମିଡିଆ ପେଜରେ ଏକ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଳିଛି ।

ଯେଉଁଠି ସୋନିଆ ଗାନ୍ଧୀ ଏହି ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ । ସେପଟେ ମା’ଙ୍କ ଆର୍ଶିବାଦ, ଜନତାଙ୍କ ବିପୁଳ ସହଯୋଗ ଏହି ଯାତ୍ରାରେ ମିଳିବାରେ ଲାଗିଛି । ଆମେ ଦେଶବାସୀଙ୍କୁ ପ୍ରତିଜ୍ଞା କରୁଛି ଯେ ଲୋକମାନଙ୍କର ମୂଳ ସମସ୍ୟାକୁ ସାମ୍ନାକୁ ଆଣିବୁ ବୋଲି କଂଗ୍ରେସ ନିଜର ସୋସିଆଲ ମିଡିଆ ପେଜରେ ଟ୍ୱିଟ କରିଛି । ଅନ୍ୟପଟେ ଗତକାଲି କର୍ଣ୍ଣାଟକର ମଣ୍ଡୱା ଜିଲ୍ଲାର ନାଗମଙ୍ଗଳା ତାଲୁକାର ଭୁବନହଲ୍ଲୀ ଗ୍ରାମରେ ଦିବଗନ୍ତ ପତ୍ରକାର ଗୌରୀ ଲଙ୍କେଶଙ୍କ ମା’ ଏବଂ ଭଉଣୀ କବିତା ଲଙ୍କେଶ ରାହୁଲ ଗାନ୍ଧୀଙ୍କ ସହିତ ପଦଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଉଭୟ ପଦଯାତ୍ରା କରିଥିଲେ ।

Leave a Reply

Your email address will not be published. Required fields are marked *