ଶିବସେନା ସମାପ୍ତ ହୋଇଯିବନି ବରଂ ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି: ଶରଦ ପାୱାର

ଫୋକସ ପ୍ଲସ(ବ୍ୟୁରୋ): ମହାରାଷ୍ଟ୍ର ରାଜନୀତି ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ସେପଟେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ତତ୍କାଳ ପ୍ରଭାବରେ ଶିବସେନା ନିର୍ବାଚନ ଚିହ୍ନ ଫ୍ରିଜ କରିଦେବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ଏନସିପି ନେତା ଶରଦ ପାୱାରଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଉଦ୍ଧବ ଯଦି ଚାହିଁବେ ତାଙ୍କ ପାର୍ଟିର ନାମ ଶିବସେନା ବାଲାସାହେବ କରିପାରିବେ । ଠିକ ସେହିପରି ଯେପରି କଂଗ୍ରେସ ୨ ଗୋଷ୍ଠୀରେ ବିଭାଜିତ ହେବା ପରେ କଂଗ୍ରେସ ଇନ୍ଦିରା ନାମରେ ପାର୍ଟିର ନିର୍ବାଚିନ୍ନ ମନୋନୟନ କରିଥିଲା ବୋଲି ପାୱାର କହିଛନ୍ତି । ଏପରି କିଛି ହେବ ବୋଲି ମୋ ମନ କହୁଥିଲା ବୋଲି ପାୱାର କହିଛନ୍ତି । ଏବେ ଚିହ୍ନ ରହୁ ନା ରହୁ ନିର୍ବାଚନରେ କିପରି ଆଗକୁ ଯିବାକୁ ହେବ ତାହା ଦେଖିବାକୁ ପଡ଼ିବ ବୋଲି ପାୱାର କହିଛନ୍ତି ।

Leave a Reply

Your email address will not be published. Required fields are marked *