MNRGS କାମ ପାଲଟିଛି ଠିକା କାମ

ଫୋକସ ପ୍ଲସ 10/10/22 (ଝରିଗୁମା): ସମଗ୍ର ମାନବ ଜାତି ,ପଶୁ,ପକ୍ଷୀ,ଏବଂ ଅନ୍ୟାନ୍ୟ ସମସ୍ତ ଜୀବ ମାନେ ସୁ ପରିବେଶ ପାଇଁ ଉଦ୍ଭିଦ ଜଗତ ଉପରେ ନିର୍ଭର କରନ୍ତି ଏବଂ ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତ ପରସ୍ପର ନିର୍ଭରଶୀଳ ଅଟେ।ଏହା ଆପଣ ମାନେ ସମସ୍ତେ ଜାଣି ଥିବେ।ସବୁଜ ଶ୍ୟାମଳ ପରିବେଶ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ କରିଛନ୍ତି।ବୃକ୍ଷରୋପଣ ମାଧ୍ୟମ ରେ ହେଉ ବା ଜଙ୍ଗଲକ୍ଷୟ ରୋକିବା ପାଇଁ ଅନେକ ଯୋଜନା ମାନ ଅଛି।ଏହି ସବୁ ସରକାରୀ ଯୋଜନା ରେ ଆସୁଥିବା ଟଙ୍କା ର ଲାଳସା ରେ JE,GRS,PO ଏବଂ କିଛି ଠିକାଦାର୍ ମିଳିତ ଭାବରେ ସରକାରୀ ଟଙ୍କା କୁ ଲୁଟୁଛନ୍ତି।ସରକାରୀ ଟଙ୍କା କୁ ଲୁଟିବା ର ଏକ ମାତ୍ର ଅର୍ଥ ହେଉଛି ନିଜ ଦେଶ କୁ ଲୁଟିବା ଏବଂ ଦେଶଦ୍ରୋହି ବୋଲାଇବା।ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଝରିଗୁମା ପଞ୍ଚାୟତ ଠାରେ।ହେଇ ଥିବା କାର୍ଯ୍ୟ ର ସୂଚନା ଫଳକ ବୋର୍ଡ଼ ଠାରେ କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟ ଶେଷ ହେବାର ତାରିଖ ମଧ୍ୟ ନାହି।କେମିତି ଲେଖିବେ ଏମାନେ ଯେହେତୁ MNREGS କାମ କୁ ଠିକା କାମ କରିଦେଇଛନ୍ତି। ଠିକାଦାର ମାନେ ବି ବହୁତ୍ ଚାଲାକ୍ କାରଣ କାମ କୁ ଏମିତି କରିଛନ୍ତି ଯେ ଆପଣ ଦେଖିଲେ ଆପଣଙ୍କୁ ଲାଗିବ କାମ ୧୦୦ରୁ ୧୦୦ ହେଇଛି।ଏଠାରେ କାମ କରୁଛନ୍ତି ୧୫ରୁ ୧୬ ଜଣ କିନ୍ତୁ ଟଙ୍କା ଆସୁଛି ୫୦ ରୁ ୮୦ ଜଣଙ୍କ ଆକାଉଣ୍ଟ ରେ।ଠିକାଦାର ମାନେ କହୁଛନ୍ତି ଯେ GRS ଡିମାଣ୍ଡ ମାରିବାକୁ ୫୦୦୦ ରୁ ୧୦୦୦୦ ଟଙ୍କା ନେଉଛନ୍ତି।PO ଫାଇଲ୍ ଖୋଲିବା ପାଇଁ ୫୦୦୦ ଟଙ୍କା ନେଉଛନ୍ତି।ଏହି ସବୁ କଥା ର ସତ୍ୟତା ଜାଣିବା ପାଇଁ P.O & GRS ଙ୍କୁ କଲ୍ କରିଥିଲୁ କିନ୍ତୁ ସେମାନେ କଲ୍ ଗ୍ରହଣ କରି ନଥିଲେ। ସେମାନେ ଯଦି ଟଙ୍କା ନେଉ ନାହାନ୍ତି ତାହା ହେଲେ ୨୩ ରୁ ୨୫ ଜଣଙ୍କ ଡିମାଣ୍ଡ ମାରି ୫୦ ରୁ ୮୦ ଜଣଙ୍କ ଆକାଉଣ୍ଟ ମାଗୁଛନ୍ତି କାହିଁକି? ଏବଂ ଠିକ୍ ଭାବରେ ଚେକିଂଗ କରୁ ନାହାନ୍ତି କାହିଁକି? ଠିକାଦାର ମାନେ ମଜୁରିଆଙ୍କୁ କେତେ ଟଙ୍କା ଦିଆ ଯିବ ସେଇଟା ବି ଜାଣି ନାହାନ୍ତି। ଏମାନେ କେତେ ଟଙ୍କା ଦେଉଛନ୍ତି ଓ ନିଜେ କେତେ ଟଙ୍କା ରଖୁଛନ୍ତି ତାହା ଭଗବାନ ଙ୍କୁ ହିଁ ଜଣା।ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ JE,GRS,PO ଏବଂ ଠିକାଦାର ଙ୍କ କାମ କୁ କେବେ ତଦନ୍ତ କରାଯିବ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ ଶାବନ ଖୁରା ଙ୍କ ରିପୋର୍ଟ FOCUS PLUS

Leave a Reply

Your email address will not be published. Required fields are marked *