ନିଖୋଜ ଯୁବକ ଙ୍କ ଗଳିତଶବ ଠାବ

ଫୋକସ ପ୍ଲସ (ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କୁସୁମ ପାଲିର ଭାଲୁଗୁଡା ଜଙ୍ଗଲ ମଧ୍ୟରୁ ୧୬ତାରିଖ(ରବିବାର ରାତ୍ରରୁ) ନିଖୋଜ ହୋଇଥିବା ଯୁବକର ଗଳିତ ଶବକୁ ୧୯ତାରିଖ ବୁଧବାର କଲା ସନ୍ଦନୀକୁକୁର ଓ କୋଷାଗୁମୁଡ଼ା ପୋଲିସ । ବିଶେଷ ସୂଚନା ପ୍ରକାରେ ୧୮ତାରିଖରେ ମୃତ କୋମଲୁ ପୂଜାରୀ(୨୭)ଙ୍କ ପିତା- ଧର୍ମୁ ପୂଜାରୀ ଏକ ଲିଖିତ ପୁଅ ନିଖୋଜ ଅଭିଯୋଗ ଏତଲା କୋଷାଗୁମୁଡ଼ା ଥାନା ରେ ଦେଇଥିଲେ । ମୃତକ ର ପିତା ର ଅଭିଯୋଗ କୁ ଭିତ୍ତି କରି ଭାରପ୍ରାପ୍ତ ଥାନା ଅଧିକାରୀ ସୋସିଭୂଷଣ ମଙ୍ଗରାଜ ଏ ଏସ ଆଇ-ବସନ୍ତ ସ୍ୱାଇଁ ଙ୍କୁ ଅନୁସନ୍ଦ।ନ ଦାଇତ୍ୱ ଅଧିକାରୀ ରୂପେ ନିୟୋଜିତ କରିଥିଲେ । ପୋଲିସ ର ଅନୁସନ୍ଦନ ମୂଳକ ପଦକ୍ଷେପ କୁ ଦେଖି କୁସୁମ ପାଲି ର ଏକ ଯୁବକ ମୃତ ଶବ କୁ ଦେଖାଇଥିଲେ ଓ ସନ୍ଦନୀକୁକୁର ଘଟଣା ସ୍ଥଳରେ ପହଞ୍ଚି ଥିଲା । ତେବେ ବୁଧୁବାର ସେହି ଭାଲୁଗୁଡା ଜଙ୍ଗଲ ମଧ୍ୟରେ ନିଖୋଜ ଯୁବକ ର ଗଳିତ ଶବ କୁ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି ।

ଉକ୍ତ ଘଟଣା ସ୍ଥଳରେ ଆଜି ଏସଡ଼ି ପିଓ-ଆଦିତ୍ୟ ସେନ,ଏ ଏସ ଆଇ- ବସନ୍ତ ସ୍ବାଇଁ ଏବଂ ତାଙ୍କ ଟିମ,ସନ୍ଦନୀକୁକୁର ଟିମ ଓ ଥାନାଧିକାରୀ ପ୍ରୋମାନଦ ସୁନାନୀ, ଏସ ଆଇ- ଏସ ବି ମଙ୍ଗରାଜ,ଏ ଏସ ଆଇ-ରାମ ଚନ୍ଦ୍ର ନାୟକ ଓ କୋଷାଗୁମୁଡ଼ା ଥାନା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଵିଷୟ ରେ ଏସ ଡ଼ି ପିଓ ଙ୍କୁ ପଚାରି ବୁଝିବାରୁ ସେ କହିଲେ, ନିଖୋଜ ହୋଇଥିଲା ରବିବାର ରାତିରେ ବୋଲି ମୃତ କ ର ବାପା ଏକ ଲିଖିତ ଅଭିଯୋଗ ୧୮ତାରିଖରେ କୋଷାଗୁମୁଡ଼ା ଥାନା ରେଦେଇଥିଲେ ଯାହାକି ଥାନା କେସ ନମ୍ବର-୧୨/୨୨ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଚାଲିଥିଲା ଏବଂ ବୁଧବାର ନିଖୋଜ ଯୁବକ ର ମୃତ ଶରୀର ଜଙ୍ଗଲ ମଧ୍ୟରୁ ଠାବ କରାଯାଇଛି|ଶବ ବ୍ୟବଚ୍ଛେଦ କରାଯିବା ପରେ ଏବଂ ସଠିକ ସନ୍ଧାନ କୁ ଆଧାର ରେ ଘଟଣା ସମ୍ପର୍କରେ ଜଣା ପଡିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *