ବାପା ମା ଆରପାରିରେ ଛୁଆଁଙ୍କ ଭରସାରେ ଜେଜେ ମା

ଫୋକସ ପ୍ଲସ(ରେଙ୍ଗାଲି): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝଙ୍କାର ପାଳିପଂଚାୟତ ଥପା ପାଳି ଗାଁ ର ବାପା ମା ନାହାନ୍ତି ପାୟଲ ବଂଚୋର ଏବଂ ରଜତ ବଂଚୋର ଙ୍କ ସାହାରା ଜେଜେ ମା | ରଜତ ଦୁନିଆ କଣ ଦେଖିବା ବୁଝିବା ଆଗରୁ ବାପ ମା ଆର ପାରିକୁ ଚାଲିଗଲେ | ପାୟଲ ମଧ୍ୟ ଠିକ ସେ ଦୁନିଆ କଣ ବୁଝିବା ଆଗରୁ ବାପ ମା ଛାଡି ଚାଲି ଗଲେ | ପେଟ ପାଇଁ ଦୁଇ ଓଳି ଦୁଇ ମୁଠା ଦାନା ଦେବା ପାଇଁ ସାହାରା କହିଲେ ଜେଜେ ମା | ଜେଜେ ମା ଙ୍କ ବୟସ ମଧ୍ୟ 60 ରୁ ଅଧିକ | ଜେଜେ ମା ଯେଉଁ ସରକାର ଙ୍କ ମାସିକିଆ ଚାଉଳ ପାୟନ୍ତୀ ନିଜ ନାତି ନାତୁଣୀ ଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବା ସମ୍ଭବ ନୁହଁ ତେଣୁ ଜେଜେ ମା ଫୁଲ ବଂଚୋର ପ୍ରତିଦିନ ଜଙ୍ଗଲ କୁ ଯାଇ ପତ୍ର ସଂଗ୍ରହ କରି ଆଣନ୍ତି |

ଏବଂ ପ୍ରଶାସନ ପାଖକୁ ବୁଢ଼ୀ ଜେଜେ ମା ଛୁଆଁ ମାନଙ୍କ ପାଇଁ ସରକାରୀ ସହାୟତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ଣି ତଥାପି ସରକାରୀ ସହାୟତା ଆଜି ପର୍ଯ୍ୟନ୍ତ କୁନି କୁନି ଛୁଆଁ ଙ୍କୁ ମିଳିନି | ପାୟଲ ଦଶମ ପଢ଼ୁଥିବା ବେଳେ ଆର୍ଥିକ ଅଭାବ ଯୋଗୁ ଠିକ ସେ ପଢି ପାରୁନି| ପାୟଲ ଙ୍କ ଭାଇ ରଜତ ମଧ୍ୟ ଦ୍ୱତୀୟ ଶ୍ରେଣୀ ରେ ପାଠ ପଢେ | ଜେଜେ ମା ନାତି ନାତୁଣୀ ଙ୍କୁ ସ୍କୁଲ ତ ପଠେଇ ଦିୟନ୍ତି ହେଲେ ଖାତା ବହି ପେନସିଲ କିଣିବା ପାଇଁ ଜେଜେ ମା ଙ୍କ ପାଖରେ ପାଇସା ନାହିଁ ତେଣୁ ଏମାନେ ସରକାରୀ ସାହାଯ୍ୟ କୁ ଅନେଇ ବସିଛନ୍ତି | ଯଦି ଜେଜେ ମା ଙ୍କ ଦେହ ଅସୁସ୍ଥ ହୁଏ ତା ହେଲେ ପାୟଲ ଏବଂ ରଜତ ଙ୍କୁ ଉପାସ ରେ ସୋଇ ବାକୁ ପଡେ | ପାୟଲ ଙ୍କ ଅନେକ ଇଚ୍ଛା ସେ ପାଠ ପଢିବା ପାଇଁ ସେଥିପାଇଁ ପାୟଲ ଶେଷରେ କୁନି ବୟସ ରେ ସେ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖି ଛନ୍ତି ତାଙ୍କୁ ସରକାରୀ ମିଳିବା ସାହାଯ୍ୟ ପାଇଁ |

ସରକାର ଙ୍କ ମାଲ ମାଲ ଯୋଜନା ହେଲେ ସେହି ମାଲ ଯୋଜନା ଏହି କୁନି କୁନି ଛୁଆଁ ମାନଙ୍କ ପାଇଁ ସତେ ଯେପରି ସାତ ସପନ ପାଲଟି ଗଲାଣି |ଏ ଛୁଆ ମାନେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ୟ ପାଉନାହାନ୍ତି | କୋଉ ଦିନ ଏମାନେ ଜଙ୍ଗଲ ଜାତ ଶାଗ ତ କୋଉ ଦିନ ଜଙ୍ଗଲ ଜାତ ଛତୁ ଆଣି ରୋଷେଇ କରି ଖାଉଛନ୍ତି |ତ କୋଉ ଦିନ ଖାଲି ଭାତ ଏବଂ ଲୁଣ ଲଙ୍କା ଖାଇ ରହି ଯାଉଛନ୍ତି ଆଉ କୋଉ ଦିନ ପେଟରେ ଓଦା କନାଁ ଦେଇ ଶୋଇବାକୁ ପଡେ| ଜେଜେ ମା ନିଜ ନାତି ନାତୁଣୀ ଙ୍କୁ ଖାଇବା ଦେବା ପାଇଁ ଜଙ୍ଗଲ ପତ୍ର ଆଣି ବଜାର କୁ ବିକ୍ରି କରିବା ପାଇଁ ନେଇ ଥାନ୍ତି ସେଥିରୁ ଯାହା ଅଳ୍ପ କିଛି ମିଳେ ସେ ଦୁଇ କୁନି ଛୁଆଁ ଙ୍କୁ ଖାଇବା କୁ ଦେଇ ଥାନ୍ତି

ବୁଢ଼ୀ ଜେଜେ ମା ପଂଚାୟତ ଅଫିସ ଠୁ ଆରମ୍ଭ କରି ବ୍ଲକ ଅଫିସ ଜିଲାପାଳ ଙ୍କ ଅଫିସ ସମସ୍ତ ଙ୍କ ପାଖରେ ଗୁହାରି କରି କରି ଥକି ଯାଇ ଥିଲେ ମଧ୍ୟ ଫଳ ଶୂନ ହୋଇ ଥିବାରୁ ସେ ବାଧ୍ୟ ହୋଇ କର୍ମ କୁ ଆଦର କରି ସେ ଆଜି ପର୍ଯ୍ୟନ୍ତ ସଂଘସ କରି ଚାଲିଛନ୍ତି ନିଜର ନାତି ନାତୁଣୀ ଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବା ଦେବା ପାଇଁ | ହେଲା ମୁଖ୍ୟ ମନ୍ତ୍ରୀ ଙ୍କୁ ମଧ୍ୟ ପାୟଲ ହାତ ଯୋଡି ନିବେଦନ କରୁଛନ୍ତି କି ତାଙ୍କୁ ସରକାରୀ ସହାୟତା ମିଳୁ ବୋଲି ହେଲେ ଦେଖା ଯାଉ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ଏହି ବାପା ମା ଛେଉଣ୍ଡ ଛୁଆ ମାନଙ୍କ ପାଇଁ |

 

ରେଙ୍ଗାଲିରୁ ଜନ୍ନାଥ ମେହେର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *