ଋଷିକୁଲ୍ୟା ନଦୀରେ ଭାଷୀ ଗଲେ ୨ନାବାଳକା

ଫୋକସ ପ୍ଲସ(ପୁରୁଷୋତ୍ତମପୁର):ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ଜଣ ନାବାଳକ। ଏଭଳି ଦୁଃଖଦ ଘଟଣା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଗ୍ରାମରେ ଘଟିଛି। ଘଟଣାସ୍ଥଳ ଅଗ୍ନିଶମ ବାହାିନୀ ପହଞ୍ଚି ଥିବା ବେଳେ ନିଖୋଜ ୨ ପିଲାଙ୍କୁ ଖୋଜା ଖୋଜି ଆରମ୍ଭ କରିଛି। ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ପହଞ୍ଚିଥିବା ସୂଚନା ମିଳିଛି। ପାଣିରେ ବୁଡି ନିଖୋଜ ୨ ଜଣ ପିଲାଙ୍କୁ ମଧ୍ୟରୁ ଜଣେ କାହ୍ନୁ ମହାନ୍ତି(୧୦) ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ପିଲାର ପରିଚୟ ମିଳିପାରିନାହିଁ।

ସୂଚନା ମୁତାବିକ, ଆଜି ସକାଳେ ୨ ଜଣ ନାବାଳକା ଋଷିକୁଲ୍ୟା ନଦୀରେ ଗାଧୋଇବା ଆସିଥିଲେ ।ତେବେ ଗାଧୋଇବା ବେଳେ ନଦୀ ସୁଅରେ ଭାସିଯାଇଥିବା ଜଣାପଡିବା ପରେ ଗ୍ରାମବାସୀ ଅଗ୍ନିଶମ ଟିମ୍‌କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଉଦ୍ଧାର କାରୀ ଟିମ୍ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ପିଲାଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *