ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଫୋକସ ପ୍ଲସ(ବାଲେଶ୍ୱର):ପରିବାରର ୫ ସଦସ୍ୟ ଙ୍କ ଭିତରୁ ୩ ଜଣ ରୋଗଗ୍ରସ୍ତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଏମିତି ଏକ ପରିବାର ହେଉଛି ବସ୍ତା ବ୍ଲକ ପତ୍ରଝଡାର ଗ୍ରାମର ବାସନ୍ତୀ ଙ୍କ ପରିବାର ।କଥାରେ ଅଛି ଦୁଃଖ ଯେତେବେଳେ ଆସେ ସାଙ୍ଗ ସାଥିଙ୍କୁ ସାଥିରେ ନେଇ ଆସେ,ପରିବାରର ସମସ୍ତେ ରୋଗଗ୍ରସ୍ତ ହେବା ପରେ ପରଘରେ ମୁଲ ଲାଗି ପରିବାର ଚଳାଉଛନ୍ତି ଘରର ଏକମାତ୍ର ବିଧବା ବହୁ ବାସନ୍ତୀ,ଦେଖନ୍ତୁ ଏହି ରିପୋର୍ଟ ।ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପତ୍ରଝଡା ଗ୍ରାମର ବାସନ୍ତୀ ରାଏ, ପରିବାର କହିଲେ କୋଷ୍ଟ ରୋଗରେ ପିଡିତ ଶଶୁର,ଶାଶୁ ଅଜଣା ରୋଗରେ ପିଡିତ ହୋଇଥିବାରୁ ଠିକ ଭାବରେ ଚଲାବୁଲା କରିପାରୁ ନାହାନ୍ତି,ଆଉ ଦୁଇ ପୁଅ ଭିତରୁ ସାନପୁଅ ଥାଲାସେମିଆ ରୋଗରେ ପିଡିତ,ଏମିତି ଅବସ୍ଥାରେ ପରିବାର ଚଳାଇବା ପାଇଁ ଏବଂ ଶାଶୁ ଶଶୁର ଏବଂ ପୁଅ ପାଇଁ ଔଷଧ ଯୋଗାଡ କରିବା ପାଇଁ ପରଘରେ ମୁଲ ଲାଗି ଯାହା ଆଣୁଛନ୍ତି ସେଥିରେ ପରିବାର ମୁହଁରେ ଦୁଇ ଓଳି ଦୁଇମୁଠା ଆହାର ଦେବା ପାଇଁ ଅକ୍ଷମ ହୋଇ ପଡିଛନ୍ତି,ଆଉ ଔଷଧ ପାଇଁ ଅର୍ଥ ଯୋଗାଡ କରି ପାରୁ ନଥିବାରୁ ସର୍ମ୍ପୁ ଭାଙ୍ଗି ପଡିଛନ୍ତି,ତେବେ ସରକାରୀ ସହାୟତା ପାଇଁ ନିବରଦବ କରିଛନ୍ତି ।

ଦୁଇବର୍ଷ ତଳେ ସ୍ୱାମୀଙ୍କ ସହିତ ଶାଶୁ ଶଶୁରଙ୍କୁ ନେଇ ବହୁ ଖୁସିରେ ରହୁଥିଲେ,କିନ୍ତୁ ବାସନ୍ତିଙ୍କ ଏହି ଖୁସି ବେସି ଦିନ ରହିଲାନି,ଏକ ଅଜଣା ରୋଗରେ ପିଡିତ ହେଲେ ସ୍ୱାମୀ,ଘରର ଅର୍ଥୀକ ଅଭାବ ଯୋଗୁଁ ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ସ୍ୱାମୀ,ପୁଅକୁ ଝୁରି ଝୁରି ମାଆ ଦ୍ରୌପଦୀ ଅଜଣା ରୋଗରେ ପିଡିତ ହୋଇଛନ୍ତି,ସ୍ୱାମୀଙ୍କ ବିୟୋଗ ପରେ ଘର ଚଳାଇବା ପାଇଁ ପରଘରେ ମୁଲ ଲାଗୁଛନ୍ତି ବାସନ୍ତୀ,ବୋଝ ଉପରେ ନଳିତା ବିଡା ଭଳି ସାନ ପୁଅ ହରିଶ ମଧ୍ୟ ଥାଲାସେମିଆ ରୋଗରେ ହେଲା ପିଡିତ,ଘରର ଅର୍ଥୀକ ଅବସ୍ତା ଦେଖି ଖେଳକୁଦ ବୟସରେ ବସ୍ତାନିରେ ଡୋରି ବାନ୍ଧିଲା ବଡପୁଅ ଘନଶ୍ୟାମ,ବାସନ୍ତୀଙ୍କ ଘର ଖଣ୍ଡଏ ନଥିବାରୁ ଭଙ୍ଗା ଦଦରା ଛପର ତଳେ ୫ ପ୍ରାଣି କୁଟୁମ୍ବ ବହୁ କଷ୍ଟରେ ଦିନ କାଟୁଛନ୍ତି,ସରକାରୀ ସହାୟତା କହିଲେ କେବଳ ଟଙ୍କାକିଆ ଚାଉଳ ୨୫ କେଜି,ଶଶୁର ବାର୍ଦ୍ଧକ୍ୟ ଭ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ପାଇଁ କେହି ନାହାନ୍ତି,ଯାହା ଫଳରେ ଭା ପାଇବାରୁ ବିତ ହୋଇଛନ୍ତି ଶଶୁର ରଥିଆ ରାଏ,ଗ୍ରାମ ମୁଖ୍ୟଙ୍କ ଜରିଆରେ ଘର ଖଣ୍ଡିଏ ପାଇଁ ନିବେଦନ କରିଥିଲେ ମଧ୍ୟ କିଛି ଶୁଫଳ ମିଳିନାହିଁ,ଯାହା ଫଳରେ ବହୁ ଦୟନୀୟ ଅବସ୍ଥାରେ ଭଙ୍ଗା

ଛପରେ ତଳେ ଦିନ କାଟୁଛନ୍ତି,ଆମ ପ୍ରତିନୀଧୀ ଯିବା ଖବର ପାଇ ଜଣେ ବଦାନ୍ୟ ବ୍ୟକ୍ତି ଗୋଟିଏ ପଲିଥିନ ଛପର ଉପରେ ପକାଇ ଦେଇଛନ୍ତି,ଏ ବାବଦରେ ସ୍ଥାନୀୟ ସରପଙ୍କୁ ପଚାରିବାରୁ ଏ ବିଷୟରେ ସେ ଜାଣି ନଥିଲେ ବୋଲି କହିଛନ୍ତି ।ଯଦି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଏହି ଅସହାୟ ବାସନ୍ତିଙ୍କୁ ସହାୟତା କରନ୍ତି ତାହାହେଲେ ଏହି ।ସହାୟ ପରିବାର ଦୁଇଓଳି ଦୁଇମୁଠା ତୁଣ୍ଡରେ ଦେଇ ପାରନ୍ତେ ।

ଯଦି କୌଣସି ସହୃଦୟ ବ୍ୟକ୍ତି ସହାୟତା କରିବା ପାଇଁ ଚାହାନ୍ତି ଏହି ନଂରେ ସହାୟତା କରି ପାରିବେ
.ବ୍ୟାଙ୍କ ଅଫ ଇଣ୍ଡିଆ,ଝରୀଆ ଶାଖା
.ବାସନ୍ତୀ ରାଏ
.ଆକାଉ ନଂ- ୫୪୮୯୧୦୧୧୦୦୦୩୬୮୨
.ଆଇଏଫଏସସି କୋର୍ଡ- ବିକେ୧ଡି୦୦୦୫୪୮୯
.ଫୋନପେ- ୭୭୩୫୩୭୧୯୧୫
.ଏହି ନଂରେ ମଧ୍ୟ ଯୋଗାଯୋଗ କରି ପାରିବେ ।

ବାଲେଶ୍ୱର ବସ୍ତାରୁ ଚାନସେଲର ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *