ଫୋକସ ପ୍ଲସ(ବ୍ୟୁରୋ ): ଭୁବନେଶ୍ୱର (ଭାରତ) ଠାରୁ ୮ କିଲୋମିଟର ଦୂରରେ ଥିବା ଡାୟା ନଦୀ କୂଳରେ ଅବସ୍ଥିତ | ଏହାର ଚତୁର୍ଦ୍ଦିଗରେ ବିସ୍ତୃତ ଖୋଲା ସ୍ଥାନ ଥିବା ଏକ ପାହାଡ, ଏବଂ ଅଶୋକାଙ୍କ ଲେଖା ପାହାଡର ଶୀର୍ଷରେ ଥିବା ଏକ ବଡ଼ ପଥରରେ ଖୋଦିତ | ଧାଉଲି ପାହାଡ କାଲିଙ୍ଗା ଯୁଦ୍ଧ କ୍ଷେତ୍ର ଭାବରେ ପରିଗଣିତ ହୁଏ |ଏଠାରେ ମିଳୁଥିବା ପଥର ଲେଖା ସଂଖ୍ୟା I-X, XIV ଦୁଇଟି ପୃଥକ କାଲିଙ୍ଗା ଲେଖା ଅନ୍ତର୍ଭୁକ୍ତ କରେ | କାଲିଙ୍ଗା ଫତୱା ଷଷ୍ଠରେ ସେ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି। ଉତ୍କଳ ଇତିହାସର ଅତୀତକୁ ଏବେ ବି ଛାତିରେ ଧରି ଜାବୁଡି ରଖିଛି ଧଉଳି । କଳିଙ୍ଗ ଯୁଦ୍ଧର ମୂକ ସାକ୍ଷୀ ଆଉ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିବାର ଧର୍ମଭୂମି ଧଉଳି । ଖ୍ରୀଷ୍ଟପୂର୍ବ ୨୬୧ ବେଳେ କଳିଙ୍ଗ ଆକ୍ରମଣ ସମୟରେ ଏହି ଠାରେ ଶାନ୍ତିକୁ ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ଅଶୋକ । ଆଉ ପ୍ରାୟ ୫୦ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଶାନ୍ତିର ସ୍ତୂପ । ସେବେଠାରୁ ଆଜି ପଯର୍ୟନ୍ତ ଶାନ୍ତି ଓ ମୈତ୍ରୀର ପ୍ରତୀକ ସାଜିଛି ଧଉଳି । ଆଜି ସୂବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜନ ହେଉଛି ଭବ୍ୟ କାର୍ଯ୍ୟକ୍ରମ ।
ଧଉଳି, ଯିଏ କହେ କଳିଙ୍ଗର କାହାଣୀ, ଯିଏ ସାକ୍ଷୀ ଉତ୍କଳ ସନ୍ତାନର ସୌର୍ଯ୍ୟ, ସାହସ ଆଉ ସାମର୍ଥ୍ୟ ପ୍ରତୀକ । ଯିଏ ଦେଖିଛି ଚଣ୍ଡାଶୋକର ଧର୍ମ ପରିବର୍ତ୍ତନ, ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସେହି ପିସ ପାଗୋଡାକୁ ପୂରିଛି ପଚାଶ ବର୍ଷ । ହେଲେ ଆଜି ଜୀବନ୍ତ ଖ୍ରୀଷ୍ଟପୂର୍ବ ୨୬୧ର ଇତିହାସ ।କଳିଙ୍ଗ ବିଜୟ ଲକ୍ଷ୍ୟରେ ଆକ୍ରମଣ କରିଥିଲେ ମଗଧ ସମ୍ରାଟ ଅଶୋକ । ସେତେବେଳେ ଅଶୋକଙ୍କୁ ସାମ୍ନା କରିଥିଲେ କଳିଙ୍ଗର ବୀର ସନ୍ତାନମାନେ । ଦୀର୍ଘ ଦିନର ଲଢେଇରେ ଗଡ଼ିଥିଲା ଲକ୍ଷେରୁ ଅଧିକ କଳିଙ୍ଗ ବୀରଙ୍କ ମୁଣ୍ଡ । ଧଉଳି ଅବବାହିକାରେ ପ୍ରବାହିତ ଦୟାର ପାଣି ରକ୍ତ ବର୍ଣ୍ଣ ହୋଇଯାଇଥିଲା । ତଥାପି ହାର ମାନିନଥିଲେ, ପ୍ରାଣବଳୀ ଦେବାକୁ ପଛାଇନଥିଲେ ।
ହଜାର ହଜାର ମୁଣ୍ଡ ଗଡାଇ ଶେଷରେ ତରବାରୀ ଛାଡିବାକୁ ବାଧ୍ୟ ହୋଇଥିଲେ ଅଶୋକ । ଆଉ ଅନୁତାପର ଅଗ୍ନିରେ ଜଳି ଜଳି ପରିବର୍ତ୍ତନ ହୋଇଥିଲେ । ଶେଷରେ ଧଉଳିର ଧର୍ମଭୂମିରେ ଧର୍ମ ପରିବର୍ତ୍ତନ କରି ଧର୍ମାଶୋକରେ ପରିଣିତ ହୋଇଥିଲେ । ସେତେବେଳେ ବୁଦ୍ଧ ସନ୍ୟାସୀ ଉପଗୁପ୍ତ ଅଶୋକଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଥିଲେ ।ଏବେ ଜୀବିତ ଅଶୋକଙ୍କ ଅଲୌକିକ ଲୀପି ଅନେକ ବୌଦ୍ଧ ଧର୍ମର ଶୀଳା ଲୀପି ଛାତିରେ ଜାବୁଡି ରଖିଛି ଧଉଳି । ଯେଉଁଥିପାଇଁ ଧଉଳିକୁ ଦିନକୁ ଦିନ ଅଧିକ ପର୍ଯ୍ୟଟକଙ୍କ ଭିଡ ଜମିଛି । ଆଉ ଆଜି ସୁବର୍ଣ୍ଣ ଜୟନ୍ତୀ ଅବସରରେ ସରକାରଙ୍କ ପକ୍ଷରୁ ଆୟୋଜନ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ୟୁଏସଏ, ଜାପାନ, ୟୁକ୍ରେନ, ଚୀନ, ଶ୍ରୀଲଙ୍କା ଭଲି ଦେଶ ବିଦେଶରୁ ଶହ ଶହ ସଂଖ୍ୟାରେ ବୁଦ୍ଧ ଧର୍ମଗୁରୁ, ସନ୍ୟାସୀ ଓ ସାଧୁସନ୍ଥ ମାନେ ଧଉଳିରେ ପହଞ୍ଚିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।