ମହାତ୍ମାଗାନ୍ଧିଙ୍କ ଯୋଜନା ହେଲା ହରିଲୁଟ

ଫୋକସ ପ୍ଲସ 2/11/22( ବାଲିଆପାଳ ): ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ MGNREGA ଯୋଜନା ରେ ଘୁଟାଲା l ସୂଚନାରୁ ପ୍ରକାଶ କେନ୍ଦ୍ର ସରକାର ଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗ୍ରାମାଞ୍ଚଳ ରେ ରାସ୍ତା ଘାଟ, ପୋଖରୀ ଖୋଳା ନଦୀ ନାଳ ଓ ବୃକ୍ଷରୂପଣ ଆଦି ପାଇଁ ସରକାରଙ୍କ ଅନୁଦାନ ରୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ବାଲିଆପାଳ ବ୍ଲକ ବଣିଆଡିହା ଗ୍ରାମ ପଞ୍ଚାୟତ ରେ ଥିବା GRS ଓ ଗାଁ ସାଥି ଙ୍କ ମିଳିତ ସହଯୋଗରେ ଆତ୍ମ୍ୟସାତ ହୋଇଛି l ଏହାର ତଥ୍ୟ ବଣିଆଡିହା ର ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାରିକ, ପୂର୍ବତନ ବ୍ଲକ ଅଧକ୍ଷ୍ୟ ଅଶ୍ୱିନୀ କୁମାର ଜେନା, ୱାର୍ଡ ସଦସ୍ୟ ବସନ୍ତ କୁମାର ମଲ୍ଲିକ,ବିଜେଡି ଯୁବ ସଭାପତି ଅଶୋକ କୁମାର ଦାସ,ବ୍ଲକ ସଦସ୍ୟ କଟି ମାରାଣ୍ଡି ଓ ବିଜେଡି କର୍ମୀ ବିଜୟ କୁମାର ଦାସଙ୍କ ସହିତ ଅନ୍ୟମାନେ ସାମ୍ବାଦିକ ସମିଳନୀ ଦ୍ୱାରା 2017 ରୁ 2022 ମସିହା ପ୍ରଯ୍ୟନ୍ତ ବଣିଆଡିହା ପଞ୍ଚାୟତ ରେ ମନୋରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରକାଶ କରିଥିଲେ l ହସ୍ତଗତ ତଥ୍ୟରୁ ଜଣା ପଡିଛି ଭରେଶ୍ୱର ଗ୍ରାମର ପ୍ରଶାନ୍ତ ଜେନା ଗାଁ ସାଥି ସହିତ କୃଷକସାଥୀ, ପ୍ରଶାନ୍ତ ଙ୍କ ସ୍ତ୍ରୀ କାଞ୍ଚନ ଜେନା ୱାର୍ଡ ସଭ୍ୟା ଏବଂ ଏବଂ ଭାଇ ସୁଶାନ୍ତ ଜେନା ଦୁର୍ଗାପ୍ରସନ୍ନ ମହା ବିଦ୍ୟାଳୟ ରେ ପିଅନ ଭାବରେ କାର୍ଯ୍ୟ କରୁଛନ୍ତି l ଏହି ତିନି ଜଣଙ୍କ ନାମରେ 20-21 ମସିହାରେ ମନରେଗାରେ କାମ ନକରି ବ୍ୟାଙ୍କ ଖାତାରେ 70 ହଜାର ରୁ ଅଧିକ ଟଙ୍କା ଯାଇଥିବା ଜଣାପଡିଛି l ସେହି ମହାବିଦ୍ୟାଳୟ ରେ କର୍ମଚାରୀ ଦେବବ୍ରତ ଦାସ ପଞ୍ଚାୟତ ର ଜିଅଟେକ ରେ କାର୍ଯ୍ୟରତ ଏବଂ ସ୍ତ୍ରୀ ବୀଣାପାଣି ଜେନା ବ୍ୟାଙ୍କ ମିତ୍ର,ଭାଇ ପବିତ୍ର ଦାସ ମାଆ ମନୋରମା ଦାସ ଙ୍କ ନାମରେ 60 ହଜାରରୁ ଅଧିକ ଟଙ୍କା କିଛି କାମ ନ କରି ବ୍ୟାଙ୍କ ଖାତାକୁ ଯିବାର ଜଣାପଡିଛି l ଏ ବିଷୟରେ ବାଲିଆପାଳ ବଡିଓ ଙ୍କୁ ଅବଗତ କରାଯାଇଛି କିନ୍ତୁ କିଛି ସଫଳ ମିଳିନାହିଁ l ସ୍ୱଚ୍ଛ ନିର୍ମଳ ଶାସନ କହୁଥିବା 22 ବର୍ଷ ର ନବୀନ ସରକାର ଙ୍କ ସ୍ୱଚ୍ଛତା ଉପରେ ସାଧାରଣରେ ପ୍ରଶ୍ନ ବାଚୀ ? ଦେଖିବାକୁ ବାକି ରହିଲା NEWS ପ୍ରସାରଣ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ?
ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *