ଶିକ୍ଷକଙ୍କ ଯୋଗଦାନକୁ ଗ୍ରାମ ବାସୀ ଙ୍କ ବିରୋଧ।

ଫୋକସ ପ୍ଲସ 15/11/22( କଙ୍କଡ଼ାହାଡ଼):ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବୀରରୋଡ଼ ଜନପ୍ରଭା ହାଇସ୍କୁଲ ରେ କଳା ଶିକ୍ଷକ ସମସ୍ୟା ଓ ଯୋଗ ଦେଇଥିବା ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ଦାବିରେ ସ୍କୁଲ ର ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣା ରେ ବସିଛନ୍ତି ଛାତ୍ର ଛାତ୍ରୀ ଓ ଅବିଭାବକ । ଏହି ହାଇସ୍କୁଲ ଟି ପୁରାତନ ସ୍କୁଲ ହୋଇଥିବା ବେଳେ, ବର୍ତମାନ ୧୩୮ ଜଣ ଛାତ୍ର ଛାତ୍ରୀ ପାଠ ପଡୁଛନ୍ତି । ସେମାନଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ୪ଜଣ ଶିକ୍ଷକ ନିଯୁକ୍ତି ରେ ଅଛନ୍ତି । ତେବେ ଦୀର୍ଘ ଦିନ ହେଲା ସ୍କୁଲ କୁ ଦୁଇ ଜଣ କଳା ଶିକ୍ଷକ ଦେବାକୁ ଅବିଭାବକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରିଣୀ ଙ୍କୁ ଅଭିଯୋଗ କରି ଥିଲେ। ତେବେ କଳା ଶିକ୍ଷକ ଦେବା ପରିବର୍ତ୍ତେ, ଶଙ୍କର୍ଷଣ ପଣ୍ଡା ନାମକ ଜଣେ ବିଜ୍ଞାନ ଶିକ୍ଷକ ଙ୍କୁ ଦେଇଥିଲେ, ତେବେ ଉକ୍ତ ଶିକ୍ଷକ ଜଣକ କିଛିଦିନ ତଳେ କଙ୍କଡାହାଡ ରାମେଶ୍ୱର ହାଇସ୍କୁଲ ର ଜଣେ ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ଘଟଣା ର ଦଣ୍ଡ ପାଇ ଏଠାକୁ ବଦଳି ହୋଇଥିବା କହିଛନ୍ତି । ଯାହାକୁ ବିରୋଧ କରି ଖାଲି ଥିବା କଳା ଶିକ୍ଷକ ନିଯୁକ୍ତି ଓ ଦଣ୍ଡ ପାଇ ବଦଳି ହୋଇଥିବା ଶଙ୍କର୍ଷଣ ପଣ୍ଡା ବିଜ୍ଞାନ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ଦାବିରେ ଆଜି ଧାରଣାରେ ବସିଛନ୍ତି । ବର୍ତମାନ ସୁଦ୍ଧା ଘଟଣା ସ୍ଥଳରେ ବ୍ଲକ ଶିକ୍ଷା ଅଧିକାରୀ ପହଂଚି ନ ଥିବା ବେଳେ I ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି କହିଛନ୍ତି ଧାରଣାରେ ବସିଥିବା ଛାତ୍ର ଛାତ୍ରୀ ଙ୍କ ଅବିଭାବକ ।

Leave a Reply

Your email address will not be published. Required fields are marked *