ଶାଶୁଙ୍କ ଗଳା କାଟି ହତ୍ୟା କଲା ଜ୍ବାଇଁ ।

ଫୋକସ ପ୍ଲସ 24/11/22 (ରାୟଗଡ଼ା):ରାୟଗଡ଼ା ସହରର ଗୌତମ ନଗରରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ମଦ ନିଶାରେ ନିଜ ଶାଶୁର ଗଳା କାଟି ହତ୍ୟା କଲା ଜ୍ବାଇଁ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ହତ୍ୟାର ଶିକାର ମହିଳା ଜଣକ ହେଲେ ଗଙ୍ଗାମା ଗରଡିଆ (୫୧) ଓ ତାଙ୍କର ନିଜ ଘର କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କସ୍କାଡାଙ୍ଗ ଗ୍ରାମରେ। କିଛି ଦିନ ହେବ ରାୟଗଡ଼ା ସହରର ଗୌତମ ନଗରରେ ଏକ ଭଡାଘରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗଙ୍ଗାମାଙ୍କ ସାନ ଝିଅଙ୍କୁ ବିଷମକଟକ ଥାନା ଅନ୍ତର୍ଗତ ବଡମଟକାବାଡି ଗ୍ରାମର ନବୀନ କନ୍ଧପାଣି ବିବାହ କରିଥିଲେ। ବିବାହ ପରଠାରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗୁଥିଲା। ନବୀନ ମଦ ପିଇ ପତ୍ନୀକୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଥିଲା। ତେବେ ଗତକାଲି ନବୀନ ରାୟଗଡ଼ା ଆସି ଶାଶୁ ଘରେ ରହିଥିଲେ। ଆଜି ଅପରାହ୍ନରେ ପୁଣି ମଦ୍ୟପାନ କରି ଘରକୁ ଆସି ଶାଶୁ ଓ ପତ୍ନୀ ସହିତ ଝଗଡ଼ା କରିଥିଲେ। ତେବେ ନିଶାଶକ୍ତ ଅବସ୍ଥାରେ ସେ ଏକ ଛୁରି ଆଣି ଶାଶୁଙ୍କ ଗଳା କାଟିବା ସହ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶାଶୁ ଗଙ୍ଗାମାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ରାୟଗଡ଼ା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ତେବେ ହତ୍ୟାକାଣ୍ଡ ଭିଆଇଥିବା ଜ୍ବାଇଁ ନବୀନ କନ୍ଧପାଣି ଫେରାର ହୋଇଯାଇଛି।

Leave a Reply

Your email address will not be published. Required fields are marked *