ବନ କର୍ମଚାରୀ ଙ୍କୁ ବାଡେଇ ଲହୁ ଲୁହାଣ।

ଫୋକସ ପ୍ଲସ 29/11/22 (ଠାକୁରମୁଣ୍ଡା):ବନ୍ୟଜନ୍ତୁ ଶିକାରର ଖବର ପାଇ ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏଦେଲବେଡା ଗ୍ରାମରେ ଗତକାଲି ରାତିରେ ଘରେ ଘରେ ପଶି କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜର ଓ ବନ କର୍ମଚାରୀ ଚଢ଼ାଉ କରୁଥିବା ସମୟରେ ଉତ୍ୟକ୍ତ ଗ୍ରାମବାସୀ ୨ ଟି ଗାଡ଼ିରେ ଯାଇଥିବା ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନଙ୍କୁ ଗ୍ରାମବାସୀ ମାନେ ଗ୍ରାମରେ ଅଟକ ରଖିଛନ୍ତି ନିର୍ଧୁମ ପିଟି ଲହୁଲୁହାଣ କରିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ କିଛି ସମୟ ଚାପା ଉତ୍ତେଜନା ଲାଗି ରହିଥିଲା । ଖବର ପାଇ ରାତିପ୍ରାୟ ୮ ଟା ସମୟରେ ଠାକୁରମୁଣ୍ଡା ଓ କରଞ୍ଜିଆ ବନକର୍ମଚାରୀ ଏବଂ ଠାକୁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ହଇଥିବା ରେଞ୍ଜର ଏବଂ ଜଣେ ଅସ୍ଥାୟୀ ବନ କର୍ମଚାରୀ କୁ ଉଦ୍ଧାର କରିଛନ୍ତି। ଗ୍ରାମରେ ବନ୍ୟ ପ୍ରାଣୀ କର୍ମଚାରୀଙ୍କୁ ଅଟକ ରଖିଥିବା ଗ୍ରାମ ବାସୀଙ୍କ ସହିତ ଆଲୋଚନା ପରେ ଉଧାର ହୋଇଥିଲେ ବି କିଛି କର୍ମଚାରୀ ବର୍ତ୍ତମାନ ବି ନିଖୋଜ ଥିବା ବନବିଭାଗ ସୂଚନା ଦେଇଛି ।ଘଟଣା ସ୍ଥଳରେ ଗ୍ରାମବାସୀ ବନ କର୍ମଚାରୀ ମାନଙ୍କୁ ନିର୍ଧୁମ ପିଟାପିଟି କରୁଥିବା ବେଳେ କିଛି କର୍ମଚାରୀ ଘଟଣା ସ୍ଥଳରୁ ନିଜର ଜୀବନ ବଞ୍ଚାଇବା ପାଇଁ କୁଆଡେ ଚାଲି ଯାଇଥିବା ବେଳେ ବନବିଭାଗ ଏବଂ ପୋଲିସ ତାଙ୍କୁ ଖୋଜାଖୋଜି କରୁଥିବା ଜଣା ଯାଇଛି ।ତେବେ ଖବର ଲେଖା ହେବା ବେଳକୁ  ନିଖୋଜ କର୍ମଚାରୀଙ୍କୁ ପାଇଁ ନ ଥିବା ବେଳେ ଆହତ ମାନଙ୍କୁ ଉଦ୍ଧାର କରି କରଂଜିଆ ଉପଖଣ୍ଡ ଚିକିତ୍ସାଲୟ ରେ ଚିକିତ୍ସା କରୁଥିବା ଜଣା ଯାଇଛି।ଗୁରୁତର ହୋଇଥିବା ରେଞ୍ଜର ଦୂର୍ଗାଚୋରଣ ବାସ୍କେ କେନ୍ଦୁଝର ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର କରିଥିଲା ବେଳେ ଅନ୍ୟ ମାନଙ୍କୁ କରଞ୍ଜିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡିଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *