ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ ମହଜୁଦ ରହି ସ୍କୁଲ ମାନଙ୍କୁ ପଠାଯାଇଥାଏ।ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶିକ୍ଷ୍ୟା ଅଧିକାରୀଙ୍କ କାର୍ଯ୍ୟାଳୟରେ।ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚୁର ମାତ୍ରାରେ ଭିଟାମିନ ଓ କୁର୍ମୀନାସକ ଔଷଧ କୁ ଅତି ବେଆଇନ ଭାବରେ ପୋଡା ଯିବା ଘଟଣା ର ତଦନ୍ତ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ଙ୍କ ନେତୃତ୍ବରେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଗତ ଗୁରୁବାର ଦିନ ତିର୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ସରକାରଙ୍କ ତରଫରୁ ବିଭିନ୍ନ ବିଦ୍ୟାଳୟ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ବଣ୍ଟନ ପାଇଁ ଭିଟାମିନ ଓ କୁର୍ମିନାଶକ ବଟିକା ପ୍ରଦାନ କରାଯିବ ର ବ୍ୟବସ୍ଥା ରହିଥିବା ବେଳେ କେଉଁ ସରକାରୀ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଲକ୍ଷଲକ୍ଷ ଟଙ୍କା ର ଔଷଧ କୁ ଗଛିତ ରଖି ଅତି ଦାୟିତ୍ୱ ହୀନ ଭାବରେ ପୋଡା ଯାଉଥିଲା ଯାହା ତଦନ୍ତ ସାପେକ୍ଷ। ଖୋଦ ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଏପରି ବେଆଇନ କାର୍ଯ୍ୟ ହେଉଥିବାରୁ ତାଙ୍କୁ ଉକ୍ତ ଘଟଣା ରେ ତଦନ୍ତ ପରିସର ଭୁକ୍ତ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ବେଦଦ୍ୟୁତି ପୃଷ୍ଟି, ଯୁବ କଂଗ୍ରେସ ସଭାପତି ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ , ସୌମ୍ୟ ମହାନ୍ତି, ରାକେଶ ସ୍ବାଇଁ,ପ୍ରଭଞ୍ଜନ ମହାପାତ୍ର, ରବୀନ୍ଦ୍ର ମଲ୍ଲିକ, ଶୁଭାଶିଷ ସ୍ବାଇଁ, ସ୍ମୃତି ରଞ୍ଜନ ମହାପାତ୍ର, ସ୍ମୃତି ରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *