ବନ କର୍ମଚାରୀଙ୍କୁ ମାଡ଼ ମରିବା ଘଟଣା ରେ ୫ ଗିରଫ।

ଫୋକସ ପ୍ଲସ 1/12/22 ( ଠାକୁରମୁଣ୍ଡା): ଗତ ୨୮ ତାରିଖ ସନ୍ଧ୍ୟା କେନ୍ଦୁମୁଣ୍ଡି ରେଞ୍ଜ ଅଧୀନରେ ଥିବା ଏଦେଲବେଡା ଗାଁରେ ବନ୍ଯଜନ୍ତୁ ଶିକାର କରି ଫେରୁଥିବାର ବନ ବିଭାଗ କୁ ଖବର ଆସିଥିଲା । ଏଥିରେ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଓ ଷ୍ଟାଫ ଘଟଣା ସ୍ଥାନରେ ପହଁଚିଥିଲେ । ସେଠାରେ ରେଞ୍ଜ ଅଫିସର ସହିତ ୭ ବନ ବିଭାଗ କର୍ମଚାରୀ କୁ ଆକ୍ରମଣ କରିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ବନ୍ୟଜନ୍ତୁ ଶିକାରୀ ଓ ଗ୍ରାମବାସୀଙ୍କ ମାଡ଼ରେ ରେଞ୍ଜ ଅଧିକାରୀଙ୍କ ମୁଣ୍ଡ ଫାଟିବା ସହ ଦୁଇ ବନକର୍ମଚାରୀ ଗୁରୁତର ହେଇପଡିଥିଲେ। ଆକ୍ରମଣ କରିବା ପରେ ମଧ୍ୟ ଦୀର୍ଘ ସମୟ ଅଟକ ରଖିଥିଲେ ଉତ୍ୟକ୍ତ ଗ୍ରାମବାସୀ ଓ ବନ୍ୟଜନ୍ତୁ ଶିକାରୀ ପାଖାପାଖି ୨ଘଣ୍ଟା କାଳ ଅଟକ ରହିବା ପରେ ଠାକୁରମୁଣ୍ଡା ପୋଲିସ ଓ କରଞ୍ଜିଆ ବନବିଭାଗର ଅଧିକାରୀ ମିଳିତ ଭାବେ ଗାଁକୁ ଯାଇ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଗୁରୁତର ହୋଇ ରେଞ୍ଜ ଅଧିକାରୀ ଓ ଆହତ ୨ ଷ୍ଟାଫ କରଂଜିଆ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ରେଞ୍ଜ ଅଧିକାରୀ ଓ ଜଣେ ଷ୍ଟାଫ ବିଳମ୍ବିତ ରାତି କେନ୍ଦୁଝର ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲେ। ଏଭଳି ଘଟଣା ଠାକୁରମୁଣ୍ଡା ବ୍ଲକ ଏଦେଲବେଡା ଗାଁରେ ଘଟିଛି। ଘଟଣାରେ ବନ୍ୟଜନ୍ତୁ ସାମଗ୍ରୀ ତଲାସୀ କରିବା ସମୟରେ ଅତର୍କିତ ଭାବେ ଆକ୍ରମଣର ଶିକାର ହୋଇ ଅଟକ ଥିଲେ ପାଖାପାଖି ୭ ବନ କର୍ମଚାରୀ ବନ ବିଭାଗର ବନ୍ଧୁକ ମଧ୍ୟ ଛଡାଇ ନେଇଥିଲେ । ଏହି ଘଟଣା ନେଇ ଦୁଇଟି ପୃଥକ ମାମଲା ରୁଜୁ ହେଇଛି । ଗତକାଲି ବିଳମ୍ବିତ ରାତ୍ରରେ କରଞ୍ଜିଆ SDPO ଙ୍କ ନେତୃତ୍ୱରେ ଦୁଇ ଜଣ ଆଇ ଆଇସି ଦୁଇ ସେକ୍ସନ ପୋଲିସ କର୍ମଚାରୀ କୁ ନେଇ ଏଦେଲବେଡା ଗାଁ ରେ ଚଢ଼ାଉ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ସହିତ ମନିକ ରାମ କlଣ୍ଡେୟାଙ୍ଗ୍ ମୋରା ହୋ କlଣ୍ଡେୟାଙ୍ଗ ରାମଗି କାଣ୍ଡେଆଙ୍ଗ ଗପବନ୍ଧୁ କାଣ୍ଡେଆଙ୍ଗ ତୁରି କାଣ୍ଡେଆଙ୍ଗ ପାଞ୍ଚ ଜଣକୁ ଗିରଫ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *