ଫୋକସ ପ୍ଲସ 1/12/22 (ଆଠମଲ୍ଲିକ): ଅନୁଗୋଳ ଜିଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ପଂଚାୟତ ଅନ୍ତର୍ଗତ ଆରାମପୁର ଗ୍ରାମରେ ଅଦ୍ୟ ତା ୩୦/୧୧/୨୨ ରିଖ ସକାଳ ୫ ଘଣ୍ଟିକା ସମୟରେ ମହୁଲି ମଦ ରେଡ଼ କରିବା ସମୟରେ ଅବକାରୀ ବିଭାଗଙ୍କ ବର୍ବରତା ଯୋଗୁଁ ଉର୍ବଶି ମାଝୀ ପରିବାର ପୁଅ ଝିଅ ଙ୍କୁ ମାଡ଼ପିଟି କରି ଉର୍ବଶି ମାଝୀଙ୍କର ବାମ ହାତ ଭାଙ୍ଗି ଯାଇଥିବା ଘଟଣା ଏ ଅଂଚଳରେ ଚାଂଚଲ୍ୟକର ଘଟଣା ଦେଖାଦେଇଛି । ଯାହାକି ଉର୍ବଶି ମାଝୀ ନ୍ୟାୟ ପାଇବାକୁ ଠାକୁରଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହାର ସତ୍ୟତା ନିମନ୍ତେ ଅବକାରୀ ବିଭାଗଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ଘଟଣା କୁ ବଇଣ୍ଡା ଅବକାରୀ ଅଧିକାରୀ ବଲବୀର ଗଡ଼ନାୟକ ଅସ୍ବୀକାର କରିଛନ୍ତି ଓ କହିଛନ୍ତି ଦୁଇ ଦିନ ପୁର୍ବରୁ ଉର୍ବଶିଙ୍କ ଘରୁ ୬୫ ଲିଟର ଦେଶୀ ମହୁଲି ଜବତ ହୋଇଥିଲା ଜବତ କରିବା ସମୟରେ ଆସାମୀ ଫେରାର ହୋଇ ଯାଇଥିଲା । ଫେରାର ଆସାମୀକୁ ଧରିବାକୁ ଆଜି ଆମେ ଉର୍ବଶି ମାଝୀ ଙ୍କ ଘରକୁ ଯାଇ ଫେରାର ହୋଥିବା ଆସାମୀ କୁ ଧରିବା ସମୟରେ ଉର୍ବଶି ପରିବାର ଲୋକ ଆମ ଅବକାରୀ ବିଭାଗ ଉପରେ ଆକ୍ରମଣ କଲେ ଓ ଟେକା ପଥର ମାରି ଗାଡିର କାଚକୁ ଭାଙ୍ଗିଦେଲେ । ଆସମୀକୁ ଆଣିବା ସମୟରେ ଉଭୟ ଙ୍କ ଟଣା ଓଟରା ହୋଇଥିଲା ଟଣାଓଟରା ସମୟରେ ଉର୍ବଶି ପଡିଯାଇ ହାତ ଜଖମ ହୋଇ ଥାଇପାରେ ବୋଲି ପ୍ରକାଶ କହିଛନ୍ତି ।ଟାଣ ଓଟରା ସମୟରେ ଆଠମଲ୍ଲିକ ଅବକାରୀ ଅଧିକାରୀ ଧରଣୀ ଧର ପ୍ରହରାଜ ଖସିପଡି ଅଣ୍ଟା ଦରଜ ହୋଇଛି ବୋଲି କହିଛନ୍ତି । ଏ ବାବଦରେ ଥାନାରେ ଏକ ଅଭିଯୋଗ ହୋଇଛି । ଉଭୟ ଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଉଭୟ ଉଭୟଙ୍କ ପକ୍ଷେ ମକଦ୍ଦମା ରୁଜ ହୋଇ ତଦନ୍ତ ଚାଲୁରହିଛି ବୋଲି ଥାନା ଅଧିକାରୀ ପିତାମ୍ବର ମଲିକ ସୂଚନା ଦେଇଛନ୍ତି ।