ଭଦ୍ରକ ବିଧାନସଭା କଂଗ୍ରେସର ଆଠ ଘଣ୍ଟିଆ ବନ୍ଧ ଡାକରା

ଫୋକସ ପ୍ଲସ 5/12/2022(ଭଦ୍ରକ ): ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ସହ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ଦାବିରେ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ଆଜି ୮ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଥିଲା ଜାତୀୟ କଂଗ୍ରେସ । ଆଜି ସକାଳ ୬ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହା ଜାରି ରହିଥିଲା । ବନ୍ଦ ପରିପ୍ରେକ୍ଷୀରେ ଆଜି ସକାଳୁ କଂଗ୍ରେସ କର୍ମୀ ଭଦ୍ରକର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ଏଥିସହ ଚକ ଅଖ ଦୋକାନ ବଜାର ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଭଦ୍ରକ ବଜାରରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥରେ ବି ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା ।ସ୍କୁଲ, କଲେଜ, କଚେରୀ ବି ବନ୍ଦ କରାଯାଇଥିଲା। ଜନସାଧାରଣ ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଥିଲା ! ଏହି ବନ୍ଧର ପ୍ରଭାବ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକିରହିଲା !

Leave a Reply

Your email address will not be published. Required fields are marked *