ଝଲସୁଛି କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା ।

ଫୋକସ ପ୍ଲସ 5/12/2022(କୋଣାର୍କ): କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାର ଭାବପୂର୍ଣ୍ଣ ପରିବେଶରେ କଳାକାରମାନେ ମଞ୍ଚକୁ ନେଇ ଆସିଥିଲେ ଭାରତନାଟ୍ୟମ୍ ଓ ଓଡ଼ିଶୀର ସାଂସ୍କୃତିକ ଆସର ଯାହାକି ଦର୍ଶକ ମାନଙ୍କୁ ବେଶ୍ ବିମୋହିତ କରିଥିଲା । ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଚେନ୍ନାଇର ଲୀଲା ସାମସନ ଓ ସାଥୀ କଳାକାର ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିବା ନୃତ୍ୟରେ ଗଜାନନ ସ୍ତୁତି ପରେ ଭଗବାନ ଶିବଙ୍କ ନୃତ୍ୟାୟନର ପୃଷ୍ଠଭୂମିରେ ଉପସ୍ଥାପିତ ହୋଇଥିବା ବେଳେ ଦ୍ବିତୀୟ ଚରଣରେ ଭୁବନେଶ୍ୱରର ସୁରଭି କଳାକାରଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା। ଯାହାକି ଶୂନ୍ୟରୁ ଶୂନ୍ୟ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି ଓ ବ୍ରହ୍ମାଣ୍ଡର ବିଲୟ ଯଦି କେବେ ହୁଏ ତେବେ ତାହା ଶୂନ୍ୟରେ ହଁ ହେବ ବୋଲି ନୃତ୍ୟଶିଳ୍ପୀ ନୃତ୍ୟ ପରଶିଥିଲେ ମଥୁରାମଙ୍ଗଳ। ମୁକ୍ତାକାଶ ରଙ୍ଗମଞ୍ଚ ରେ ଓଡ଼ିଶାର ଅଭିଜ୍ଞ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ଓ ଅନ୍ୟ ପକ୍ଷରେ ଚେନ୍ନାଇର ନୃତ୍ୟ ଶିଳ୍ପୀଙ୍କ ଦ୍ଵାରା ଗଜାନନ ସ୍ତୁତି ଓ ଶିବଙ୍କ ନୃତ୍ୟାୟନ ମନଲୋଭା ହୋଇଥିବା ଆଜିର ସନ୍ଧ୍ୟାରେ ଉପସ୍ଥିତ ଥିବା ଦର୍ଶକ କହିଛନ୍ତି ।

Leave a Reply

Your email address will not be published. Required fields are marked *