ଛତୁଆ କେନ୍ଦ୍ରରେ ତାଲା ପକାଇଲେ ଅଙ୍ଗନବାଡ଼ି କର୍ମୀ l

ଫୋକସ ପ୍ଲସ 6/12/2022(ବାଲିଗୁଡା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ 209 ଅଙ୍ଗନବାଡ଼ି କର୍ମୀ ଏକତ୍ରିତ ହୋଇ ଛତୁଆ ତିଆରି କେନ୍ଦ୍ର କୁ ତାଲା ପକାଉଥିବା ସମୟରେ ମୁଁହା ମୁଁହି ହେଲେ ଅଙ୍ଗନବାଡ଼ି କର୍ମୀ ଛତୁଆ ତିଆରି କର୍ମୀ ଅଙ୍ଗନବାଡ଼ି କର୍ମୀ ନଭେମ୍ବର 21 ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଏ ମାନଙ୍କ ଗୋଟିଏ ଦାବି ରହିଛି l ସରକାର ଆମର ଦାବୀ ପୂରଣ ନକେଲେ ଏହି ଆନ୍ଦୋଳନ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ଅଙ୍ଗନବାଡ଼ି ଜିଲ୍ଲା ସମ୍ପାଦିକା ଶ୍ରୀମତୀ ସାରଦା ପରିଚ୍ଛା କହିଛନ୍ତି ଆମ ଅଜାଣନ୍ତରେ ଛତୁଆ ରେବୀଙ୍ଗିଆ ଠାରେ ଅଟୋ ଯୋଗେ ନିଆ ଯାଇଥିଲା ସେଇଥି ପାଇଁ ଗତ କାଲି ଛତୁଆ ଗାଡି ଅଟକ ରଖିବା ସହ ଆଜି ଛତୁଆ ଗୃହ କୁ ତାଲା ପକେଇଥିଲେ l ଯେଉଁ ପର୍ଯ୍ୟନ୍ତ ସରକାର ଆମର ଗୁହାରି ଶୁଣି ନାହାନ୍ତି ସେଇଦିନ ପର୍ଯ୍ୟନ୍ତ ଛତୁଆ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କୁ ଯାଇପାରିବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି l

Leave a Reply

Your email address will not be published. Required fields are marked *