ଫୋକସ ପ୍ଲସ 7/12/2022(ସୁବର୍ଣ୍ଣପୁର): ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା ।ଶେଷର ବନ୍ଧା ହେଲେ। ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିବା ୭ ଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ସ୍ଥାନୀୟ ବରୋଦା ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ କତ୍ତୃପକ୍ଷ । ବ୍ୟାଙ୍କର ସିନିୟର ମ୍ୟାନେଜର ଅଭିଯୋଗ କରିବା ପରେ ଏନେଇ ସୋନପୁର ପୋଲିସ ତ୍ବତନ୍ତ୍ର ଟିମ ଗଠନ କରି ତାର ତଦନ୍ତ କରିଥିଲା ।ଏହି ନକଲି ସୁନା ବନ୍ଧକ ଘଟଣାରେ ଜଣେ ବଣିଆ ସମେତେ ୭ ଜଣକୁ ଗିରଫ କରିଛି ସୋନପୁର ପୋଲିସ ।୬ ଅଭିଯୁକ୍ତ ସୁବର୍ଣ୍ଣପୁ ଜିଲ୍ଲାର ହୋଇଥିବାବେଳେ ଜଣେ ବରଗଡ ଜିଲ୍ଲାର ହୋଇଥିବା ଜଣପଡିଛି ।ଗିରଫ ସାତ ଜଣ ହେଲେ ଇଶ୍ବର ସରାଫ,ସୁରେନ୍ଦ୍ର ସରାପ,ଅଞ୍ଜନ ସା, ହଜାରୁ ସାହୁ, ଡକ୍ଟର ସେଠ, ରାମ କୁମାର ମେହେର ,ରାମଚନ୍ଦ୍ର ବନିଆ ଓ ବଣିଆ ଜୟନାରୟଣ ମହାରଣା ।ଅଭିଯୁକ୍ତତ ଇଶ୍ବର ସରପ ପୂର୍ବରୁ ସୋନପୁର ୟୁକୋ ବ୍ୟଙ୍କରେ ମଧ୍ୟ ନକଲି ସୁନା ଦେଇ ୧୯ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି ।ଆଜି ସୋନପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟଠା ରେ ହୋଇଥିବା ଏକ ସମ୍ବାଦିକ ସମ୍ମଳନୀରେ ସୁବର୍ଣ୍ଣପୁର ଏସ.ପି ସୂଚନା ଦେଇଛନ୍ତି । ସସସ୍ତ ଅଭିଯୁକ୍ତ ଗରିଫ କରି ଆଜି କୋର୍ଟ ଚାଲାନ କରାଯିବ ବୋଲି ଏସ.ପି ସୂଚନା ଦେଇଛନ୍ତି ।