ଆମପାଣି ଘାଟି ରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା ।

ଫୋକସ ପ୍ଲସ 8/12/2022( କୋକସରା): ଆମପାଣି ଘାଟି ରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା । ଆଜି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରାସ୍ତାରେ ମଧ୍ୟାହ୍ନ ୧୨ ଟା ସମୟରେ ଏକ ପେଟ୍ରୋଲ ବୋଝେଇ ଟେଙ୍କର ଦୁର୍ଘଟଣା ହୋଇଛି। ଫଳରେ ଟ୍ରକ ପଲଟି ଟେଙ୍କର ରୁ ପେଟ୍ରୋଲ ରାସ୍ତା ରେ ଲିକେଜ ହୋଇଛି। ଏନେଇ ଆମପାଣି ପୁଲିସ ନିକଟରେ ଖବର ପହଞ୍ଚିବା ପରେ ପୋଲିସ ଓ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁଇ ପଟରୁ ରାସ୍ତା କୁ ବନ୍ଦ କରିଛି। ବର୍ତ୍ତମାନ ସୁଦ୍ଧା ରାସ୍ତାରେ ଯାତାୟାତ ବନ୍ଦ ରହିଛି। ପେଟ୍ରୋଲ ଟେଙ୍କରଟି ପାରାଦ୍ୱୀପରୁ ବୋରିଗୁମ୍ମା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୁଚନା ମିଲିଛି।

Leave a Reply

Your email address will not be published. Required fields are marked *